ଜଟଣୀ ବାର ଆସୋସିଏସନର ବନ୍ଧୁ ମିଳନ ଉତ୍ସବ

ଜଟଣୀ(ସଞ୍ଜୀବ କୁମାର) : ଓଡ଼ିଆ ନବବର୍ଷ ଉପଲକ୍ଷେ ଜଟଣୀ ବାର୍ ଆସୋସିଏସନ ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ଜଟଣୀ ଜେଏମଏଫସି କୋର୍ଟ ପରିସରରେ ଆୟୋଜିତ ହୋଇଯାଇଛି । ଏଥରେ ଆସୋସିଏସନ୍‌ର ସଭାପତି ଅଧିବକ୍ତା ନିରଞ୍ଜନ ପଣ୍ଡା ସଭାପତିତ୍ୱ କରିଥିବାବେଳେ ଏଥିରେ କେତେକ ନବନିର୍ବାଚିତ କାଉନ୍ସିଲର ତଥା ଅଧ୍ଵକ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ ଭୁବନେଶ୍ଵର ବାର୍ ଆସୋସିଏସନ୍‌ର ସଭାପତି ରବି ସାମନ୍ତରାୟ ସମ୍ପାଦକ ରାଜ କିଶୋର ଦାସ ପ୍ରଭୃତି ନବନିର୍ବାଚିତ କାଉନ୍‌ସିଲର ଶଶାଙ୍କ ଶେଖର ରାଏ, ଜଟାଧାରୀ ପ୍ରଧାନ ଏବଂ ଜଟଣୀ ଥାନାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆୟୋଜିତ ଏହି ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଟଣୀ ଜେଏମ୍ଏଫ୍ସି କୋର୍ଟର ମାଜିଷ୍ଟ୍ରେଟ୍ ଧ୍ରୁବି ସୋଲାଙ୍କି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆସୋସିଏସନ୍‌ର ସମ୍ପାଦକ ବିଜୟ ମହାପାତ୍ର ପରିଚାଳନା କରିଥିଲେ।

Comments are closed.