ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୂଆଗାଁ:(ପୁଷ୍ପଲତା ପ୍ରଧାନ):ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରା ଢିପି ପଞ୍ଚାୟତ ଅଧିନରେ ଥିବା ଅଭୟପୁର ଗ୍ରାମରେ ଶ୍ରୀ ରାମ ନବମୀ ଉପଲକ୍ଷେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ,ସମାଜ ସେବୀ ଶଙ୍କର୍ଷଣ ବେହେରା,ସରପଞ୍ଚ ବିଭୂତି ଭୂଷଣ ପ୍ରଧାନଙ୍କ ସମେତ ପଞ୍ଚାୟତର ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ।

Comments are closed.