ମଲାଗୁଣି ନଦୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଶୌଚ ହେବାକୁ ଯାଇ ମଲାଗୁଣି ନଦୀରେ ଭାସିଗଲେ ମହିଳା | ମହିଳାଙ୍କ ଶବ ଭାସମାନ ଅବସ୍ଥାରେ ଉଦ୍ଧାର କଲା ଜଙ୍କିଆ ପୋଲିସ | ଜଙ୍କିଆ ଥାନା କୃଷ୍ଣପୁର ନିକଟ ମଲାଗୁଣି ନଦୀରେ ଭାସମାନ ଅବସ୍ଥାରେ ମହିଳାଙ୍କ ଶବକୁ ଦେଖିଥିଲେ ସ୍ଥାନୀୟ ଲୋକେ | ଲୋକଙ୍କ ଠାରୁ ଖବର ପାଇ ଜଙ୍କିଆ ପୋଲିସ ପିହଂଚି ନଦୀରୁ ଊଦ୍ଧାର କଲା ମହିଳାଙ୍କ ଶବ | ମୃତ ମହିଳାଙ୍କ ନାମ ମମତା ସୁନ୍ଦରାୟ (୪୦) ଘର କୃଷ୍ଣପୁର ଗ୍ରାମରେ ବୋଲି ଜଣା ପଡିଛି | ଶୌଚ ହେବାକୁ ଯାଇଥିଵା ବେଳେ ଗୋଡ ଖସି ଯିବାରୁ ମୃତ୍ୟୁ ହୋଇଥିଵା ସନ୍ଦେହ କରାଯାଉଛି | ଅପରପଟେ ଜଙ୍କିଆ ଥାନା ପୋଲିସ ସାଇଣ୍ଟିଫିକ ଟିମ୍ ସାହାର୍ଯ୍ୟରେ ତଦନ୍ତ ଆରମ୍ଭ କରିଛି |
Comments are closed.