୨୬ ତମ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ୨୬ ତମ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଜ୍ଞାନମେଳାରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା , ସମ୍ମାନୀତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍ ,ବିଡ଼ିଓ ପ୍ରମୋଦ କୁମାର ନାୟକ,ନୂଆଗାଁ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା ,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳି ଶାସମଲ୍, ୧୭ ନଂ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ନୂଆଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୁଳମଣି ନାୟକ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ମୁଖ୍ୟ ବକ୍ତା ଭାବେ +୩ ଅଧ୍ୟକ୍ଷ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସି ଆର୍ ସି ସି ନରେନ୍ଦ୍ର ବେହେରା ଏବଂ ଶିକ୍ଷୟତ୍ରୀ ସୁଚିଶ୍ମିତା ମହାପାତ୍ର । ବିଜ୍ଞାନ ମେଳାରେ ୯୬ ଟି ଷ୍ଟଲ୍ ପଡ଼ିଥିବା ବେଳେ ସିନିଅର୍ ବିଭାଗରେ ଚାହାଳି ଜନଶକ୍ତି ଉଚ୍ଚ ବିଦ୍ୟାଳୟର ୧୦ ମ ଶ୍ରେଣୀ ଛାତ୍ର ସୌମ୍ୟ ରଞ୍ଜନ ନାଥ ପ୍ରଥମ , ନୂଆଗାଁ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଆଶୁତୋଷ ପାତ୍ର ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜୁନିଅର୍ ବିଭାଗରେ ନୂଆଗାଁ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଅମିତ୍ କୁମାର ସ୍ବାଇଁ ପ୍ରଥମ , ଚାହାଳି ଜନଶକ୍ତି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ସୌମ୍ୟ ରଞ୍ଜନ ଆଚାର୍ଯ୍ୟ ଦ୍ଵିତୀୟ ଏବଂ ବାହାଡ଼ ଝୋଲା ସରକାରୀ ୟୁ ପି ଏମ୍ ଇ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଏହିପରି ଭାବେ ୧୨ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛି।୨୬ ତମ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ସଫଳ ପରିଚାଳନାରେ ସମସ୍ତ ସି ଆର୍ ସି ସି,ଶିକ୍ଷକ ,ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
Comments are closed.