୨୦୮ କେଜିରୁ ଉର୍ଧ୍ଵ ଗଞ୍ଜେଇ ଜବତ , ୩ ଅଭିଯୁକ୍ତ ଗିରଫ
ମାଲକାନଗିରି (ଅପୂର୍ଵ ଥଣ୍ଡର) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା | ୨୦୮ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ ସହ ୩ ଅଭିଯୁକ୍ତ ଗିରଫ l ଅଧିକାରୀ ସୂର୍ୟ ପ୍ରକାଶ ନାୟକ ଙ୍କୁ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଥାନା ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୋଲିସର ଏକ ସ୍ୱତନ୍ତ୍ର ଟିମ ଚିତ୍ରକୋଣ୍ଡା ଓଆଇସି ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ବାଲିମେଳା ମୁଖ୍ୟ ରାସ୍ତାର ମନ୍ତ୍ରୀପୁଟ ଛକ ନିକଟରେ ଜଗି ରହିଥିଲେ ଏହି ସମୟରେ ଗୋଟିଏ ନମ୍ବର ବିହୀନ ମହେନ୍ଦ୍ର ଅଟୋକୁ ଅଟକାଇ ଯାଞ୍ଚ କରି ଯାଞ୍ଚ କରିଥିଲେ ସେଥିରୁ ୮ ଟି ବ୍ୟାଗରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା ଉକ୍ତ ଗଞ୍ଜେଇ କୁ ଜବତ କରିବା ସହିତ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଥାନାକୁ ଆଣି ଅଧିକ ପଚରା ଉଚରା କରିଥିଲେ l ଗଞ୍ଜେଇର ପରିମାଣ ୨୦୮ କେଜି ୮୦୦ ଗ୍ରାମ ହେବ ବୋଲି ଜଣାପଡ଼ିଛି ।ଏହାସହ ସେହି ଅଟୋ ସହ ଯାଉଥିବା ଗୋଟିଏ ହିରୋ ମେଷ୍ଟ୍ର ନମ୍ବର ସିଜି ୧୭ କେଏମ ୨୦୯୯ ସ୍କୁଟି ଜବତ କରିଥିଲେ।ଏହି ଗଞ୍ଜେଇ ଚିତ୍ରକୋଣ୍ଡା ର ସିଡ଼ିପାକା ଅଞ୍ଚଳରୁ ଡାନ୍ତେୱାଡା କୁ ଚାଲାଣ ହେଉଥିଲା । ଅଭିଯୁକ୍ତ ମାନଙ୍କ ନିକଟରୁ ୪୫୦୦ ଟଙ୍କା,ଗୋଟିଏ ମୋବାଇଲ ଫୋନ,ଏଟିଏମ,ଭୋଟର ଆଇଡି କାର୍ଡ ଜବତ ହୋଇଛି। ଏନେଇ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଚିତ୍ରକୋଣ୍ଡା ଥାନାରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରହିଛି ।
Comments are closed.