ସଂନ୍ଦିଗ୍ଧ ବନ୍ଧୁକଧାରୀ ଯୁବକକୁ ଛେଚିଲେ ଲୋକେ
ଲୋଇସିଂହା(ମହେଶ କର) : ରାତି ୧୨ ଟାରେ ବନ୍ଧୁକ ଧରି ଗାଁରେ ବୁଲୁଥିଲା ଦୃବୁର୍ତ୍ତ । କିଛି ଅଘଟଣ ଘଟାଇବା ଅଗରୁ କାବୁ କରିନେଲେ ଗାଁ ଲୋକେ । ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଜିମା ଦେଲେ । ଏପରି ଏକ ଘଟଣାକୁ ନେଇ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ଫାଣ୍ଡି ଅଂଚଳରେ ଚାଞ୍ଚଲ୍ୟ । ଗତକାଲି ରାତି ପ୍ରାୟ ୧୨ ଟାରେ ମାଗୁରବେଡା ପଂଚାୟତ ବ୍ରାହ୍ମଣୀଡୁଙ୍ଗୁରୀ ଗାଁରେ ବନ୍ଧୁକ ଧରି ଜଣେ ଯୁବକ ବୁଲୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଯୁବକର ଗତିବିଧିରୁ ସେ କାହାକୁ ହତ୍ୟା କରିବା ପାଇଁ ଆସିଥିବା ଅନୁମାନ କରିଥିଲେ ଗାଁ ଲୋକେ । ଯୋଜନା କରି ଯୁବକକୁ ଚାରିପଟୁ ଘେରିଯାଇ ଗାଁ ଲୋକେ କାବୁ କରିଥିଲେ । ତାପରେ ତା ଠୁ ଦେଶୀ ବନ୍ଧୁକ ଛଡାଇ ନେଇ ଖମ୍ୱରେ ବାନ୍ଧି ଦେଇଥିଲେ ଏବଂ ମାଗୁରବେଡା ଫାଣ୍ଡି ପୋଲିସକୁ ଖବର ଦେବା ପରେ ପୋଲିସ ଆସି ଯୁବକକୁ ସଦର ଥାନାରେ ଅଟକ ରଖିଛି । ଏହା ସହିତ ପୋଲିସ ବନ୍ଧୁକକୁ ମଧ୍ୟ ସିଜ କରିଛି । ଅନ୍ୟପଟେ ଯୁବକ ଜଣକ ବାରାହା ଶିକାର କରିବା ପାଇଁ ଆସିଥିବା କହୁଛି । ଯୁବକ ଜଣକ ଗଡଶଂକର ଡୁଙ୍ଗୁରିପାଲି ଗାଁର ବୋଲି ଜଣାପଡିଛି । ସଦର ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରୀ ରଖିଛି ।
Comments are closed.