ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲିଆପାଳ(ଲଷ୍ମୀଧର ପ୍ରଧାନ) : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧୀନ ବାଲିକୁଟି ଗ୍ରାମପଞ୍ଚାୟତର ଡେମ୍ବୁରିଆ (କଣ୍ଟାବଣୀ)ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ବିଳମ୍ବିତ ରାତିରେ ଏକ ଗଛ ରେ ଝୁଲୁଥିବାର ଦେଖିବାକୁ ମିଳିଛି | ଖବର ଅନୁସାରେ ଜଣାଯାଉଛି ଗୁରୁବାର ଆନୁମାନିକ ସମୟ ରାତ୍ରି 9ଟା ଭିତରେ ସ୍ୱାମି ରୁହିଆ ମୁର୍ମୁ ସାହି ର ଏକ ବୈଠକ ରୁ ଫେରି ଘରେ ସ୍ତ୍ରୀ ତୁଳସୀ ମୁର୍ମୁ (44)ଙ୍କୁ ଖୋଜା ଖୋଜି କରିଥିଲେ l ପରେ ଘର ଠାରୁ କିଛି ଦୂରରେ ଏକ ଗଛରେ ରସି ଲଗାଇ ତୁଳସୀ ମୁର୍ମୁଙ୍କ ମୃତ ଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ l ତୁଳସୀଙ୍କ ସ୍ଵାମୀଙ୍କ କହିବା ଅନୁଯାୟୀ ସେ ମାନସିକ ବିକୃତ ଥିଲେ ଡାକ୍ତରଙ୍କ ପାଖରେ ମଧ୍ୟ ଚିକିତ୍ସା ହେଉଥିଲେ l ଅପରପଟେ ବାଲିଆପାଳ ପୋଲିସ ଖବର ପାଇ ଶବକୁ ବ୍ୟବଚ୍ଛେଦ ପାଇଁ ବାଲିଆପାଳ ଇଡ଼ିକ ଡାକ୍ତରଖାନାକୁ ପଠାଇଛନ୍ତି l

Comments are closed.