ବନବିଭାଗର ଚଢ଼ାଉ – ଜଙ୍ଗଲୀ ମାଂସ,ଗାଡି ଜବତ , ୩ ଗିରଫ
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଅଧିନସ୍ଥ କୋରଡ଼ା ଗ୍ରାମ ହନୁମାନ ମନ୍ଦିର ନିକଟରେ ବନ ବିଭାଗ ଚଢ଼ାଉ କରି ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଜଙ୍ଗଲୀ ମାଂସ ଏବଂ ଗାଡ଼ି ଜବତ କରିଛି।ସୂଚନା ଅନୁଯାୟୀ ଦଶପଲ୍ଲା ପୋଇବାଡି ଜଙ୍ଗଲରୁ ଜଙ୍ଗଲୀ ମାଂସ ନେଇ ପୋଇବାଡ଼ି ଗ୍ରାମର ବେଲାଳ ସେନ ବେହେରା ,ସନ୍ତୋଷ ପ୍ରଧାନ ଓ ରଗଡ଼ି ମଡା ଗ୍ରାମର ବିଜୟ ମଲ୍ଲିକ ଏକ ସିଡି ଡିଲକ୍ସ୍ ଗାଡି ନଂ ( ଓଡି ୨୫ ଡି ୮୩୧୨) ରେ ଆସୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ଖବର ପାଇ ମହିତମା ବନପାଳ ରାକେଶ କୁମାର ସାହୁ ବନରକ୍ଷୀ ବିନାୟକ ଜେନାଙ୍କୁ ନେଇ ଚଢ଼ାଉ କରି କୋରଡ଼ା ଗ୍ରାମ ନିକଟସ୍ଥ ହନୁମାନ ମନ୍ଦିର ନିକଟରୁ ଗାଡ଼ି ସହ ଜଙ୍ଗଲୀ ମାଂସ ,ଗାଡି ଜବତ କରି ୩ ଜଣଙ୍କୁ ଗିରଫ କରିଥିଲେ । କେସନଂ ୧ ରେ ପୋଇବଡି ଗ୍ରାମର ଦୁଇ ଜଣ ବେଲାଳସେନ୍ ବେହେରା ,ସନ୍ତୋଷ ପ୍ରଧାନ,ଓ ରଗଡିମଦ ଗ୍ରାମର ବିଜୟ ମଲ୍ଲିକ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିବା ବନପାଳ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି ।
Comments are closed.