ଲବଣଗିରି ମହିମା ଆଶ୍ରମରେ ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ବାର୍ଷିକ ମହୋତ୍ସବ

ଜଟଣୀ(ସଞ୍ଜୀବ କୁମାର) : ଖୋର୍ଦ୍ଧା ଜିଲ୍ଲା ଜଟଣୀ ଜାମୁକୋଳି ନିକଟ ଲବଣଗିରି ମହିମା ଆଶ୍ରମରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |ମଠଧୀଶ ସାଧୁ ଅନାମ ଚରଣ ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିମା ସମାଜର ସଭାପତି ହରେକୃଷ୍ଣ ବାବା , ହରମୋହନ ଦାସ,ପବିତ୍ର ଦାସ ଏବଂ ଅନେକ ସିଦ୍ଧ ପୁରୁଷ ସାଧୂସନ୍ଥ ଉପସ୍ଥିତ ଥିଲେ | ହିନ୍ଦୁ ଧର୍ମର ଅଦୈତ୍ୱ ଧର୍ମବାଦ ହେଉଛି ମହିମା ଧର୍ମ |ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ପାଇଁ ବ୍ରତୀ ଥିବା ସାଧୁ ଅନାମ ଚରଣ ଦାସ ଦୀର୍ଘ 38 ବର୍ଷ ହେଲାଣି ଏହି ଲବଣଗିରି ମହିମା ଆଶ୍ରମରେ ଅବସ୍ଥାପିତ ଅଛନ୍ତି |ଆଶ୍ରମରେ ପ୍ରତିବର୍ଷ ଏହି ମହିମା ମହୋତ୍ସବ ଆୟୋଜିତ ହୋଇଥାଏ |

36 ବର୍ଷ ହେଲାଣି ଏଠାରେ ଆଖପାଖ ଅଞ୍ଚଳର, ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଭକ୍ତ, ଅନୁଗାମୀ ମାନଙ୍କୁ ଏକାଠି କରି ସାଧୁ ଅନାମ ଚରଣ ଦାସ ଏହି କାର୍ଯ୍ୟକ୍ରମ ପରିଚାଳନା କରି ଆସୁଛନ୍ତି | ବିପଥଗାମୀ ମଣିଷ ମାନଙ୍କୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ଏହି ଆଶ୍ରମରେ ଦୈନିକ ଜ୍ଞାନ ଚର୍ଚ୍ଚା, ସାଧୁବାଣୀ, ଶାସ୍ତ୍ର ଆଲୋଚନା ହୋଇଥାଏ | ଲବଣଗିରି ମହିମା ଆଶ୍ରମରେ ଏହି ବ୍ରହ୍ମ ଯଜ୍ଞ ପାଇଁ ବୁଧବାର ବ୍ରାହ୍ମ ମୁହୂର୍ତ୍ତରୁ ଅଖଣ୍ଡ ଜ୍ୟୋତି ଅର୍ପଣ କରାଯାଇଥିଲା |ବ୍ରହ୍ମ ଧ୍ୱନିରେ ଘୃତାହୁତି,ବ୍ରାହ୍ମନାମ ଭଜନ ସହ ସନ୍ଧ୍ୟା ସମୟରେ ସମୂହ ପ୍ରାର୍ଥନା ଏବଂ ଜ୍ୟୋତି ଅର୍ପଣ କରାଯାଇଥିଲା |

Comments are closed.