ଆଲୋକୀ କରଣ ହେଲା ଖାଲମଡା ଗ୍ରାମ

ନୂଆଗାଁ(ପୁଷ୍ପଲତା ପ୍ରଧାନ ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚ ଅମିତା ପରିଡ଼ା ଙ୍କ ପ୍ରଚେଷ୍ଟା ଯୋଗୁଁ ଖାଲ ମଡା ଗ୍ରାମ ଆଲୋକୀ କରଣ ହୋଇଛି। ଖାଲ ମଡା ଗ୍ରାମ ରେ ୩ ହଜାର ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଚଳିତ ନିର୍ବାଚନ ରେ ୧୨୫୦ ମତଦାନ ହୋଇଥିଲା।ସରପଞ୍ଚ ପଦବୀ ପାଇଁ ଚତୁର୍ମୁଖି ଲଢେଇ ହୋଇଥିବା ବେଳେ ଅମିତା ପରିଡ଼ା ଖାଲ ମଡା ଗ୍ରାମ ରୁ ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିଲେ।ଗ୍ରାମ ରେ ଥିବା ବିଦ୍ୟୁତ୍ ଖୁଣ୍ଟ ରେ ଲାଇଟ୍ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଜଳୁ ନଥିଲା।ଏପରିକି ରାତ୍ର ରେ ଗ୍ରାମ ଅନ୍ଧକାର ମୟ ହୋଇ ଯାଉଥିଲା।

ଏଭଳି ସମସ୍ୟା ଦୀର୍ଘ ବର୍ଷ ଧରି ଲାଗି ରହିଥିଲା।ନୂତନ ସରପଞ୍ଚ ଅମିତା ପରିଡ଼ା ସେ ସମସ୍ୟା ଦୂର କରିଛନ୍ତି।ତାଙ୍କ ପ୍ରଚେଷ୍ଟା ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ ରେ ଥିବା ଲାଇଟ୍ ଗୁଡ଼ିକ ମରାମତି କରାଯାଇ ଉନ୍ନତ ମାନର ବୈଦୁତିକ ଉପକରଣ ଲଗାଯାଇଛି।ଯାହା ଫଳରେ ଖାଲମଡା ଗ୍ରାମ ଆଲୋକିତ ହୋଇଛି।ସରପଞ୍ଚ ଅମିତା ପରିଡ଼ା ଙ୍କ ପ୍ରଚେଷ୍ଟା କୁ ଗ୍ରାମବାସୀ ପ୍ରଶଂସା କରିବା ସହିତ ଏଭଳି ସରପଞ୍ଚ ପାଇ ଆମେ ଗର୍ବିତ ବୋଲି କହିଛନ୍ତି।କେବଳ ଏତିକି ନୁହେଁ ନୂଆଗାଁ ପଞ୍ଚାୟତ କୁ ଏକ ବିକଶିତ ପଞ୍ଚାୟତ ରୂପେ ଗଢି ତୋଳିବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା ଜାରି ରହିବ ବୋଲି ନବ ନିର୍ବାଚିତ ସରପଞ୍ଚ ଅମିତା ପରିଡ଼ା କହିଛନ୍ତି।

Comments are closed.