ବିଜେପି କର୍ମିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ଅଂଚଳର ଜଣେ ସକ୍ରିୟ ବିଜେପି କର୍ମି ତଥା ଡାକ୍ତର ଅରବିନ୍ଦ ନାୟକଙ୍କ ନିଜ ଘର ପରିସରରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ପଡୋଶୀଙ୍କ ଅଭିଯୋଗକ୍ରମେ ପୁଲିସ ଅରବିନ୍ଦଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦପାଇଁ ପଠାଇଛି । ମୃତ୍ୟୁର କାରଣ ଜଣାପଡିନଥିଲେ ମଧ୍ୟ ନିଜ ଘରର ପଙ୍ଖାରେ ରସି ସାହାଯ୍ୟରେ ଝୁଲି ମୃତ୍ୟୁ ବରଣ କରିଥିବା ଘଟଣାଟି ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରିବା କହିଛି । ମଙ୍ଗଳବାର ପୁର୍ବାହ୍ନରେ ଜଟଣୀଥାନା ଅନ୍ତର୍ଗତ ବାଛରାପାଟଣା ସ୍ଥିତ ନିଜ ବାସଭବନଠାରେ ଅରବିନ୍ଦ ଏକା ରହିଥିଲେ । ପରିବାରରେ ପୁଅ ଓ ପତ୍ନୀ ନଥିବା ବେଳେ ଆଜି ଘରର କବାଟ ଖୋଲାଯାଇ ନଥିଲା । ତେଣୁ ପଡୋଶୀ ଘରର ଜଣେ ବ୍ୟକ୍ତି ପ୍ରଥମେ ଅରବିନ୍ଦଙ୍କୁ ଡାକିଥିଲେ । କେହି ଶୁଣିନଥିବା ସହିତ ଘରର ଭିତରପଟୁ କବାଟ ବନ୍ଦ ରହିଥିବା ଦେଖି ପଡୋଶୀ ବ୍ୟକ୍ତି ପୁଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ପୁଲିସ ପହଁଚି ଘରଟିକୁ ଖୋଲାଯାଇଥିଲା । ଉକ୍ତ ଘରେ ଅରବିନ୍ଦ ପଙ୍ଖାରେ ଏକ ରସି ସାହାଯ୍ୟରେ ଝୁଲି ରହିଥିବା ପୁଲିସ ଦେଖିବାକୁ ପାଇଥିଲା । ତେବେ ପୁଲିସ ମୃତଦେହ ଉଦ୍ଧାର କରି ୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର କାରଣ ଜଣାପଡିନଥିବା ଜଟଣୀ ଥାନା ଆଇଆଇସି ଦୟାନିଧୀ ନାୟକ କହିଛନ୍ତ |

Comments are closed.