ଟାଙ୍ଗୀ ତହସିଲଦାରଙ୍କ ଚଢାଉ ୩ ଟି କଳା ମୁଗୁନି ପଥର ବୋଝେଇ ହାଇୱା ଜବତ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଛଣଗିରି ନିକଟରେ ଟାଙ୍ଗୀ ତହସିଲ ଦାରଙ୍କ ଚଢାଉ,୩ ଟି କଳା ମୁଗୁନି ପଥର ବୋଝେଇ ହାଇୱା ଜବତ | ଘଟଣା ସ୍ଥଳରୁ ଗାଡି ଛାଡି ଫେରାର ,ଚଢାଉ ଦେଖି ମାଫିଆ ମାନଙ୍କ ମଧ୍ୟ୍ୟରେ ଛନକା |ଟାଙ୍ଗୀ ବ୍ଲକ ଛଣଗିରି ଗ୍ରାମରୁ ଖୋର୍ଦ୍ଧାର କ୍ରସର ଗୁଡିକୁ ବେଆଇନ ଭାବେ କଳା ମୁଗୁନି ପଥର ସ୍ପଲ ଚାଲାଣ କରାଯାଊଥିବା ନେଇ ସୂଚନା ପାଇଥିଲେ ଟାଙ୍ଗୀ ତହସିଲ ଦାର ସ୍ମୁତି ରଂଜନ ଶତପଥୀ | ସୂଚନା ପାଇବା ପରେ ଟାଙ୍ଗୀ ତହସିଲ ଦାର ପୋଲିସ୍ ଫୋର୍ସଙ୍କ ସହ ରାତି ୪ ଟା ସମୟରେ ଚଢାଉ କରିଥିଲେ ଛଣଗିରି ଗ୍ରାମ ନିକଟରେ | ଚଢାଉ କରି ୩ ଟି କଳା ମୁଗୁନି ପଥର ବୋଝେଇ ହାଇୱା ଜବତ କରିଥିଲେ ହେଲେ ପୋଲିସ୍ ଫୋର୍ସ ସହ ତହସିଲ ଦାରଙ୍କୁ ଦେଖି ମାଫିଆ ମାନେ ଗାଡି ଛାଡି ଛତ୍ରଭଙ୍ଗ ଦେଇଥିଲେ | ଫଳରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବା ସମ୍ଭଵ ହୋଇ ନଥିଲା | ତେବେ ହାଇୱା ଗୁଡିକୁ ଜବତ କରି ଟାଙ୍ଗୀ ତହସିଲ ଅଫିସକୁ ନେଇ ଆସିଛନ୍ତି ତହସିଲଦାର ଏନେଇ ତଦନ୍ତ ଜାରି ରହିଛି | ଏହି ଚଢାଉରେ ତହସିଲଦାରଙ୍କ ସହ ଅଚ୍ୟୁତ ପୁର ଆର ଆଇ ଗୌରାଙ୍ଗ ଶବର,ନିରାକାରପୁର ଆର ଆଇ ଦିବ୍ୟ ଲୋଚନ ଜାଲିଙ୍କ ସମେତ ପୋଲିସ୍ ଫୋର୍ସ ସାମିଲ ହୋଇଥିଲେ |

Comments are closed.