ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ୧ ନିର୍ବାହ ଯନ୍ତ୍ରୀଙ୍କ ଅମାପ ସମ୍ପତି

ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ୧ ନିର୍ବାହ ଯନ୍ତ୍ରୀଙ୍କ ଅମାପ ସମ୍ପତି l ଦ୍ଵିତୀୟ ଦିନରେ ବି ସରୁନି ଭିଜିଲାନ୍ସର ଛାନବିନ । ଠିକାଦାର ଓ କର୍ମଚାରୀଙ୍କ ଘରୁ ଜବତ ହେଉଛି ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା । ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ୧ ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାକ ଦାଶଙ୍କ ଘରେ ଭିଜିଲାନ୍ସ ଚଢାଉ ମାମଲା ଥମିବାର ନା ନେଉ ନାହିଁ l ପ୍ରାୟ ୫ କୋଟି ରୁ ଅଧିକ ଟଙ୍କାର ଅସ୍ତାବର ସମ୍ପତି ଗୁଡିକୁ ଠାବ କରାଯାଇଛି l ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ରେ ଅଢେଇ କୋଟିରୁ ଉର୍ଦ୍ଧ ଟଙ୍କା ରହିଛି । ନିଜ ତଥା ଠିକାଦାରଙ୍କ ଘରୁ ୨୧ ଲଷ ୭୫ ହଜାର ଟଙ୍କା ଜବତ ସହ ଠିକାଦର ଓ ନିଜ ଘରୁ ୬୦୦ ଗ୍ରାମ ସୁନା ଜବତ। ୫୦ ଲକ୍ଷ ଟଙ୍କା ର ବିମା। ୪୦ ଲଷ ଟଙ୍କା ର ୟୁଟିଆଇ ବଣ୍ଡ୫୦ ଲକ୍ଷ ଟଙ୍କା ର କିଶାନ ବିକାଶ ପତ୍ର, ଏନଏସସି ଓ ପୋଷ୍ଟାଲ ଡିପୋଜିଟ ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଲକର ଓ କଟକରେ ଗୋଟିଏ ଫ୍ଲାଟ ଥିବା ଜଣାପଡିଛି ।

Comments are closed.