ଖୋର୍ଦ୍ଧା ରୋଡ ରେଳମଣ୍ଡଳ କାର୍ଯ୍ୟାଳୟ ସମୁଖରେ ୭ଦଫା ଦାବିରେ ଗାର୍ଡ କାଉନସିଲରଙ୍କ ଧାରଣା

ଜଟଣୀ(ସଞ୍ଜୀବ କୁମାର) : ପୁର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ରେଳମଣ୍ଡଳ କାର୍ଯ୍ୟାଳୟ ସମୁଖରେ ୭ଦଫା ଦାବିନେଇ ଗାର୍ଡକାଉନସିଲର ମାନଙ୍କ ଧାରଣା ଓ ପ୍ରତିବାଦ । ଲାଇନବକ୍ସ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକାରି କରିବା, ପୁରୁଣା ପେନଶନ ସ୍କିମ ବ୍ୟବସ୍ଥାକୁ ବଳବତର ରଖିବା ଇତ୍ୟାଦି ୭ଦଫା ଦାବି ନେଇ ଧାରଣା ଓ ପ୍ରତିବାଦ ହୋଇଥିଲା ବେଳେ ଏକ ଦାବିପତ୍ର ମଣ୍ଡଳଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଜୋନାଲ ସେକ୍ରେଟାରୀ ଏସ ଏସ ଦାସ, ମଣ୍ଡଳ ସମ୍ପାଦକ ବି ସି ଭି ରାଜୁ, ସିଡବ୍ଲୁ ସି (ନୂଆ ଦିଲୀ) ବିଏନ ମହାନ୍ତି, ଜୋନାଲ ଉପସଭାପତି ଆଲିମ ଖାଁ,ମଣ୍ଡଳ ସଭାପତି ଟି ଡି ବେହେରା, ଡିଭିଜନାଲ କୋର୍ଡିର୍ନେଟର ସୁରତ ସିଂ, ମଣ୍ଡଳ କୋଷାଧ୍ୟକ୍ଷ ଆରଆର ସ୍ୱାଇଁଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିଲା |

Comments are closed.