ନୂଆଗାଁ ବ୍ଲକରେ ମନରେଗା ଜନ ଶୁଣାଣି ଶିବିର ଅନୁଷ୍ଠିତ

ନୂଆଗାଁ:( ପୁଷ୍ପଲତା ପ୍ରଧାନ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ସଭାଗୃହରେ ୨୦୨୦-୨୧ ଆର୍ଥିକ ବର୍ଷ ର ବ୍ଲକ୍ ସ୍ତରୀୟ ଏମ୍ ଏନ୍ ଆର୍ ଜି ଏସ୍ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ପ୍ରମୋଦ କୁମାର ନାୟକ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା ନିର୍ବାହୀ ସହକାରୀ ଯନ୍ତ୍ରୀ ନିରଞ୍ଜନ ରଣା,ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ କୁମାର ବଳିୟାର ସିଂ ,ଲୋକପାଳ ଗିରିଶ ଚନ୍ଦ୍ର ଦାସ,ଯୋଗାଣ ଅଧିକାରୀ ଅମରେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।ବୈଠକ ରେ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ, ସଭ୍ୟା,ଗ୍ରାମ ରୋଜଗାର ସେବକ,ଗ୍ରାମ୍ୟ ସମ୍ବଳ କର୍ମୀ ଏବଂ ଜବ୍ କାର୍ଡ ଧାରୀ ମାନେ ଯୋଗ ଦେଇଥିଲେ। ଏପିଓ ଅମରେନ୍ଦ୍ର ସାହୁ ଗତ ସମୀକ୍ଷା ବୈଠକ ରେ ଆଲୋଚିତ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ।ଏହି ଶିବିରରେ ଆଗାମୀ ଦିନରେ କିପରି ମନରେଗା ଯୋଜନା ଅଧିକ ସଫଳ ହେବ ସେ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

Comments are closed.