ପୁର୍ବତନ କାଉନସିଲରଙ୍କ ବିୟୋଗ
ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ପୈାରପରିଷଦର ପୁର୍ବତନ କାଉନସିଲର ବିଭୂତିଭୂଷଣ ମିଶ୍ରଙ୍କ ଶନିବାର ରାତିରେ ହୃଦଘାତରେ ନିଜ ବାସଭବନ ଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିବା ଅନୁମାନ କରାଯାଇଛି । ସ୍ୱର୍ଗତ ବିଭୂତି ବିଗତ ଦିନରେ ଜଟଣୀ ଅଟୋ ଆସୋସିଏସନର ସଭାପତି, କଂଗ୍ରେସଦଳ,ସମୃଦ୍ଧଓଡିଶା ଏବଂଅନେକ ରାଜନୈତିକ ଦଳ ସହିତ କାର୍ଯ୍ୟ କରିଥିଲେ । ସେହିପରି ଗାନ୍ଧୀ ଓ ଶାସ୍ତ୍ରୀ ସ୍ମୃତି କମିଟିର ସଭାପତି ଦାୟିତ୍ୱ ଗ୍ରହଣ କରି ଜଟଣୀ ବାସୀଙ୍କୁ ମାହାତ୍ମାଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଅନୁଗାମୀ କରାଇଥିଲେ । ବିଭୂତିଙ୍କ ବିୟୋଗ ଖବର ପାଇ ଜଟଣୀର ବିଭିନ୍ନ ସଂଗଠନ,ଗରୀବ ଅସହାୟ ଓ ବିଶିଷ୍ଟ ବ୍ୟକ୍ତିମାନେ ଶେଷଦର୍ଶନ କରିବାକୁ ଆସିଥିଲେ । ଏନେଇ ରବିବାର ବିଭିନ୍ନ ସଂଗଠନ ଓ ଜଟଣୀ ବିଜେଡି ପକ୍ଷରୁ ଏକ ଶୋକସଭା ପାଳନ କରାଯାଇଥିଲା ।
Comments are closed.