ନୂଆଗାଁ,ଦଶପଲ୍ଲା ଏବଂ ଗଣିଆ ବ୍ଲକ୍ ଦଖଲ କଲା ବିଜେଡ଼ି

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟା,ବିକାଶ ,ଲୋକପ୍ରିୟତା ଯୋଗୁଁ ନୂଆଗାଁ,ଦଶପଲ୍ଲା ଏବଂ ଗଣିଆ ବ୍ଲକ୍ ଅଧ୍ୟକ୍ଷା ପଦ ଦଖଲ କରିଛି ବିଜେଡ଼ି । ନୂଆଗାଁ ବ୍ଲକରେ ନିର୍ଦ୍ଵନ୍ଦରେ ଲକ୍ଷ୍ମୀପ୍ରିୟା ବେହେରା ବ୍ଲକ୍ ଅଧ୍ୟକ୍ଷା ,ଦଶପଲ୍ଲାରେ ସୁନନ୍ଦା ସାହୁ ଏବଂ ଗଣିଆ ରେ ଝୁନା ଜେନା ବ୍ଲକ୍ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ସୁନନ୍ଦା ,ଲକ୍ଷ୍ମୀପ୍ରିୟା ଏବଂ ଝୁନା ବ୍ଲକ ଅଧ୍ୟକ୍ଷା ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି |

Comments are closed.