୨୫ଟି କଇଁଛ ଜବତ ସହ ଗୋଟିଏ ମୋଟର ସାଇକେଲ ଓ ୨ କଇଁଛ ବେପାରୀ ଗିରଫ

ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ କଇଁଛ ଚାଲାଣ କରାଯାଉଥିବା ନେଇ ଅନ୍ତରାଜ୍ୟ ରାକେଟ ଜଡିତ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏଥି ଲାଗି ଗତ କିଛିଦିନ ଧରି ବନବିଭାଗ ପକ୍ଷରୁ ଗୁପ୍ତ ସୂଚନା ସଂଗ୍ରହ ସହ ଏକାଧିକ ସ୍ଥାନରେ ଚଢାଉ ଜାରି ରହିଥିଲା । ସୂଚନା ମୁତାବକ ଏମ ଭି ୭୯ ବନ ବିଭାଗ ଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ ଫୋରେଷ୍ଟର ଦୀପଙ୍କର ଶିଉଲି ସହ ଅନ୍ୟାନ୍ୟ କର୍ମଚାରୀ ମାନେ ଗତକାଲି ସକାଳ ପ୍ରାୟ ୮ ଟା ବେଳେ ଏମ ପି ଭି ୮୧ ଗ୍ରାମ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ଏକ କଇଁଛ ବୋଝେଇ ମୋଟର ସାଇକେଲକୁ ଠାବ କରାଯାଇଥିଲା । ଏହାପରେ ସେମାନଙ୍କୁ ଏମ୍ ଭି ୭୯ ସ୍ଥିତ ବନବିଭାଗ କାର୍ଯ୍ୟାଳୟକୁ ନିଆଯାଇ ଗୋଟିଏ ମୋଟର ସାଇକେଲ, (OD 30 3921)ତରାଜୁ, ୨ ଜଣ ଲୋକଙ୍କ ଠାରୁ ୨୫ଟି କଇଁଛ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ହଜାର ରୁ୨୦ ହଜାର ଟଙ୍କା ହେବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି । ଏ ନେଇ ବନବିଭାଗ ପକ୍ଷରୁ ୯୦/୨୨ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି କଇଁଛ ଆନ୍ଧ୍ରପ୍ରଦେଶର କାକିନାଡା ଅଞ୍ଚଳରୁ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଉଥିବା ଜଣାପଡ଼ିଛି । ଦୀର୍ଘ ଦିନ ଧରି ପ୍ରଶାସନକୁ ଚକମା ଦେଇ ଏହି ବେପାର ଚାଲିଥିଲା । ବନ ବିଭାଗର ଏଭଳି ଚଢାଉ ଯୋଗୁଁ କଇଁଛ ବେପାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ଜଣାପଡିଛି l

Comments are closed.