ମଲ୍ଟିଷ୍ଟାର କୋଚିଂ ତରଫରୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ଶୋଭାଯାତ୍ରା
ବୋଲଗଡ(କାର୍ତ୍ତିକ ସ୍ୱାଇଁ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଫାସୀଓଦା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଟାଙ୍ଗୀସାହି ମଲ୍ଟି ଷ୍ଟାର କୋଚିଂ ସେଣ୍ଟର ର ଛାତ୍ର ଛାତ୍ରୀ ମାନେ ଗାଁ ଗାଁ ବୁଲି ବିଶ୍ୱ ମହିଳା ଦିବସରେ ଲୋକମାନଙ୍କୁ ସ୍ଲୋଗାନ ପୂର୍ବକ ସଚେତନ କରାଇଥିଲେ | କଥାରେ ଅଛି ମା ‘ ହେଲେ ପାଠୋଇ ଦେଶ ଯିବ ଆଗେଇ ,ଅନିବର୍ଯନୀୟ ଭିତରେ ସମ୍ଭାବନା ତା ‘ ପରିଚୟ ,ସେ କେବେ ମା’ ଟିଏହୋଇ ଜନ୍ମ ଦିଏ ଅସରନ୍ତି ପ୍ରତିଭାକୁ ତ କେବେ ଝିଅ ଟିଏ ହୋଇ ସୃଷ୍ଟି କରେ ଅଲୋଡ଼ା ସ୍ୱପ୍ନ ରାଇଜର ବାସ୍ତବିକତାକୁ , କେତେବେଳେ ଭଉଣୀ ଟିଏ ସାଜି ବାନ୍ଧି ଦିଏ ସ୍ନହ ଓ ପ୍ରୀତି ର ରାକ୍ଷୀକୁ ତ ଆଉ କେତେବେଳେ ସ୍ତ୍ରୀ ଟିଏ ସାଜି ଆପଣେଇ ନିଏ ଏକ ନୂତନ ସମାଜକୁ | ସେ ସୃଷ୍ଟିର ଉତ୍ସ ଓ ସୃଷ୍ଟି ର ନିୟମକୁ ସ୍ନହ ପ୍ରୀତି ପ୍ରତ୍ୟୟ ରୂପକ ଜୀବନର ରଙ୍ଗ ମଞ୍ଚରେ ସେ ପରିବେଷଣ କରିଚାଲେ ଭଲ ପାଇବାର ନୃତ୍ୟ ଟିଏ | ଜୀବନର ସବୁତକ ତାର୍ପଯ୍ୟତା ନିର୍ବାପିତ କରି ଦିଏ ପରର ମଙ୍ଗଳ ପାଇଁ ସେ ହେଉଛି ନାରୀ | ଆଜି ହେଉଛି ବିଶ୍ୱ ମହିଳା ଦିବସ | ନାରୀକୁ ପୂର୍ବ କାଳରେ ଅବଳା, ଦୃବଳା ମେନେ କରାଯାଇ କନ୍ୟା ହତ୍ୟା ଭଳି ଅନେକ କୁ ସଂସ୍କାରରେ ବୁଡିରହୁଥିଲେ ଲୋକମାନେ | ପରବର୍ତ୍ତୀ ସମୟରେ ମଦର ଟେରେସା, ରାଣୀ ଲଷ୍ମୀବାଇ ପ୍ରତିଭା ଦେବୀ ସିଂ ପଟେଲ, ମାଳତୀ ଦେବୀ, ରମାଦେବୀଙ୍କ ଭଳି ମହିଳା ମାନେ ସମାଜରୁ ଏହି ନାରୀ ଅବଳା ଦ୍ରୁବଳାରୁ ମୁକ୍ତ କରି ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀମନ୍ତୀ ଇନ୍ଦିରାଗାନ୍ଧୀ ଏହି ମହିଳା ଦିବସ କୁ ବିଶ୍ୱ ମହିଳା ଦିବସ ରୂପେ ପାଳନ କରିବା ପାଇଁ ପ୍ରେରଣା ଯୋଗାଇ ଥିଲେ |ସେହି ଭଳି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଫାସୀଓଦା ଗ୍ରାମ ପଞ୍ଚାୟତର ଟାଙ୍ଗୀସାହି ମଲ୍ଟିଷ୍ଟାର କୋଚିଂ ର ଛାତ୍ର ଛାତ୍ରୀ ମାନେ ଗାଁ ଗାଁ ବୁଲି ଏହି ବିଶ୍ୱ ମହିଳା ଦିବସର ବାର୍ତ୍ତା ପହଞ୍ଚାଇବା ସହିତ ଲୋକମାନଙ୍କୁ ସଚେତନତା କରାଇଥିଲେ ତତସହିତ ସେହି ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟତ୍ରୀ ଯଥା ପ୍ରଭାତ କୁମାର ବେହେରା, ସୁବାଷ ଚନ୍ଦ୍ର ବିଶ୍ୱାଳ, ସନାତନ ପରିଡା ଓ ସୁଜାତା ବେହେରା ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ |
Comments are closed.