60 ଲିଟର ଦେଶୀ ମଦ ଜବତ , 4 ଗିରଫ
ରଣପୁର(ଚିରଞ୍ଜିବି ଦାଶ) : ରଣପୁର ଅବକାରୀ ପୋଲିସ ଓ କଟକ ସ୍ପେସିଆଲ ସ୍ୱାର୍ଡର ମିଳିତ ସହଯୋଗରେ ଆଜି ସକାଳୁ ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉକରି 60 ଲିଟରରୁ ଉର୍ଧ୍ଵ ଦେଶୀ ରନ୍ଧା ମଦ ଜବତ କରିବା ସହ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରଣପୁର ଅବକାରୀ ପୋଲିସ l ଅଭିଯୁକ୍ତ ମାନେ ହେଲେ କନ୍ଦ ନୟାଗଡ ଗ୍ରାମର ନିତ୍ୟାନନ୍ଦ ବେହେରା,କରଡ଼ାପଲ୍ଲୀ ଗ୍ରାମର ଗୋପାଳ ସାହୁ, ଟିଙ୍କିଝରି ଗ୍ରାମର ବଲଭଦ୍ର ବେହେରା ଏବଂ ଗୋଡି ପୋଖରୀ ଗ୍ରାମର ରଙ୍କନାଥ ବରାଳ l ଏମାନେ ଦୀର୍ଘ ଦିନ ହେବ ବେଆଇନ ଦେଶୀ ମଦ କାରବାରରେ ସମ୍ପୂକ୍ତ ଥିବାବେଳେ ଏମାନଙ୍କ ନାମରେ ପୂର୍ଵରୁ ଅନେକ ମାମଲା ରହିଛି l ଏହି ଚଢ଼ାଉରେ ରଣପୁର ଅବକାରୀ ଥାନାର ଏସ.ଆଇ ସୁଶାନ୍ତ କୁମାର ମହାପାତ୍ର,ଏ.ଏସ.ଆଇ ସୁବାଷ ଚନ୍ଦ୍ର ସେଠୀ,ମିତା ନାୟକ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ l
Comments are closed.