ଖୋର୍ଦ୍ଧା ରୋଡ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଜଟଣୀ(ସଞ୍ଜୀବ କୁମାର) : ପୁର୍ବତଟ ରେଳପଥ ଶ୍ରମିକ ୟୁନିୟନ ପକ୍ଷରୁ ଖୋର୍ଦ୍ଧାମଣ୍ଡଳ ସଂଯୋଜକ ରଜିଂତ କୁମାର ଦାସଙ୍କ ନେତୃତ୍ୱରେ ଶୁକ୍ରବାର ମଧ୍ୟାହ୍ନରେ ୧୬ ଦଫା ଦାବିନେଇ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିିଲା । ରନିଂ କର୍ମଚାରୀ ମାନଙ୍କୁ ସର୍ବନିମ୍ନ ୧୨୦କି.ମି ମାଇଲେଜ ପ୍ରଦାନ କରାଯିବା ସହିତ ଟ୍ରଲି ବ୍ୟାଗ ପରିବର୍ତ୍ତେ କମନ ଲାଇନବକ୍ସ ପ୍ରଚଳନ କରାଯାଉ ବୋଲି ଦାବି କରାଯାଇଛି । ସେହିପରି ଜୋନ ଏବଂ ମଣ୍ଡଳସ୍ତରୀୟ ବଦଳି ପ୍ରକ୍ରିୟାର ତ୍ୱରିତ କରଣ କରିବା , ରନିଂ କର୍ମଚାରୀମାନଙ୍କୁ ଡ୍ୟୁଟି ପାସ ଯୋଗାଇଦେବା , ବକେୟା ଅତିରିକ୍ତ କାର୍ଯ୍ୟ ସମୟ ଭତା ଓ ଯାତାୟତ ଭତା ପ୍ରଦାନ କରିବା , ଟ୍ରାକମ୍ୟାନ କର୍ମଚାରୀମାନଙ୍କ ଉପରେ ହେଉଥିବା ଶୋଷଣକୁ ବିରୋଧ କରିବା ସହିତ ଦିର୍ଘ ଦିନରୁ ଖାଲିପଡିଥିବା ଷ୍ଟେସନମାଷ୍ଟର ଏବଂ ଟୋକନ ପୋର୍ଟର ପଦବୀକୁ ପୁରଣ କରାଯଉ ବୋଲି କହିଛନ୍ତି । ହସ୍ପିଟାଲରେ ଉନ୍ନତମାନର ଔଷଧ ଯୋଗାଇଦେବା , ମଣ୍ଡଳ ମୂଖ୍ୟ କାର୍ଯ୍ୟାଳୟରେ ସ୍ଥାୟୀ ଟିକେଟ ଆରକ୍ଷଣକେନ୍ଦ୍ର ସ୍ଥାପନ କରିବା , ସିଗନାଲ ଓ ଟେଲିକମ କର୍ମଚାରୀମାନଙ୍କ ପାଇଁ ୮ଘଂଟିଆ ରୋଷ୍ଟର ପ୍ରସ୍ତୁତ କରିବା ଇତ୍ୟାଦି ଏହିକ୍ରମରେ ୧୬ଦଫା ଦାବି ନେଇ ଆଜି ରେଳପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଏକ ଲିଖିତ ଦାବିପତ୍ର ରେଳପ୍ରବନ୍ଧକ ରିଙ୍କେଶ ରଏଙ୍କ ଉଦେଶ୍ୟରେ ଦିଆଯାଇଥିଲା । ପୁର୍ବତଟ ରେଳପଥ ଶ୍ରମିକ ୟୁନିୟନର ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ପାଟ୍ଟଶାଣୀଙ୍କ ନିର୍ଦ୍ଧେଶକ୍ରମେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସାଧାରଣ ସମ୍ପାଦକ ବି.ଡି ଜେନା, କୋଷାଧ୍ୟକ୍ଷ ସମ୍ପାଦକ ଏମ.ଡି ଜାକିରଉଦ୍ଧିନ, ଏମ୍ ମୁରଲୀକ୍ରିଷ୍ଣା, ଶାଖା ସମ୍ପାଦକ ନିର୍ମଳ ପରିଡା ଓ ପ୍ରଦୀପ କୁମାର ବେହେରା, ସମ୍ପାଦକ ଅମିତ ଦାସ, ମହିଳା ଶାଖା ମଣ୍ଡଳ ଅଧ୍ୟକ୍ଷା ଇତିଶ୍ରୀ ନିବେଦିତା ସାହୁ, ସହ ସମ୍ପାଦକ ମହେଶ୍ୱତା ସିଂହ, ଶଶିକାନ୍ତ ମିଶ୍ର ପ୍ରମୁଖ କର୍ମକର୍ତା ସାମିଲ ହୋଇଥିଲେ ।

Comments are closed.