କଫ ସିରଫ ଚୋରା ଚାଲାଣକାରୀଙ୍କୁ ଗିରଫ କଲା ନୂଆଗାଁ ପୁଲିସ୍
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ୫୭ ନଂ ଜାତୀୟ ରାଜପଥ ମେଗା ନର୍ସରୀ ନିକଟରୁ ୩ ଜଣ କଫ ସିରଫ୍ ଚୋରା ଚାଲାଣକାରୀ କୁ ଗିରଫ କରିଛି ନୂଆଗାଁ ପୁଲିସ୍ । ସୂଚନା ଅନୁଯାୟୀ ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ୫୭ ନଂ ଜାତୀୟ ରାଜପଥ ମେଗା ନର୍ସରୀ ନିକଟରେ ନୂଆଗାଁ ପୁଲିସ୍ ପେଟ୍ରୋଲିଂ କରୁଥିବା ସମୟରେ କଟକରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ଏକ ପିକ୍ ଅପ୍ ଭ୍ୟାନ୍ କୁ ଅଟକାଇଥିଲା । ସନ୍ଦେହ ହେବାରୁ ଖୋଳ ତାଡ଼ କରି ନୂଆଗାଁ ପୁଲିସ୍ ପିକ ଅପ୍ ଭ୍ୟାନରୁ ୯ ହଜାର ୬ ସହ ବଟଲ କଫ ସିରଫ୍ ,୪ ଷ୍ଟ୍ରିପ ନିଶା ବଟିକା,୫ ଟି ମୋବାଇଲ ଫୋନ୍ ଏବଂ ୧୬୦୦ ଟଙ୍କା ଜବତ କରିବା ସହ କଫ ସିରଫ୍ ଚୋରା ଚାଲାଣ କାରୀ ନୟାଗଡ ସିନ୍ଦୁରିଆର ହାଇଦର ମଲ୍ଲିକ,କଟକ ଜଗତ ପୁର ଅଞ୍ଚଳର ମୁସ୍ତାକ ଖାନ୍,କେନ୍ଦ୍ରାପଡ଼ା ଗୋବିନ୍ଦପୁର ର ଚନ୍ଦ୍ର ଶେଖର ଗ୍ରହଚାର୍ଯ୍ୟଙ୍କୁ ଗିରଫ କରିଛି । ତେବେ ଏଭଳି ଘଟଣାରେ ଆଉ କିଏ କିଏ ଜଡ଼ିତ ଅଛନ୍ତି ସେ ନେଇ ଅନୁସନ୍ଧାନ ଜାରି ରଖିଛି ନୂଆଗାଁ ପୁଲିସ୍ |
Comments are closed.