ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍
କଟକ – ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଲଢେଇ । ଜୁନରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିବ ଦକ୍ଷିଣ ଆଫ୍ରିକା ଦଳ । ଏନେଇ OCA ପକ୍ଷରୁ ସୂଚନା ଦିଆଯାଇଛି । ଜୁନ ୯ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମୁକାବିଲା ହେବ । ଏହା ପୂର୍ବରୁ ଉଭୟଦଳ ଓଡିଶାରେ ପହଞ୍ଚିବେ । ପୂର୍ବରୁ ଟି 20 ସିରିଜର ଏକ ମ୍ୟାଚ୍ ବାରବାଟୀରେ ଖେଳାଯିବା ନେଇ BCCI ସହମତି ପ୍ରକାଶ କରିଥିଲା । ଫେବୃଆରୀ 15ରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଟି 20 ମୁକାବିଲା ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ସିରିଜର ଭେନ୍ୟୁ ପରିବର୍ତ୍ତନ କରିଥିଲା ।
Comments are closed.