ନୂଆ ଇତିହାସ ରଚିଲା ନୂଆଗାଁ ପଞ୍ଚାୟତ
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଥିବା ୨୨ ଟି ପଞ୍ଚାୟତ ମଧ୍ୟରେ ସଦର ମହକୁମାରେ ଅବସ୍ଥିତ ନୂଆଗାଁ ପଞ୍ଚାୟତ।୧୫ ଟି ୱାର୍ଡ କୁ ନେଇ ଗଠିତ । ପ୍ରତି ପଞ୍ଚାୟତ ନିର୍ବାଚନରେ ଖାଲ ମଡ଼ା ଗ୍ରାମରେ ଥିବା ୫ ଟି ୱାର୍ଡରୁ ଯେଉଁ ପ୍ରାର୍ଥୀ ଅଧିକ ଭୋଟ ନେଇଥାଏ ସେହି ପ୍ରାର୍ଥୀ ବିଜୟୀ ହୋଇଥାଏ । ଚଳିତ ନିର୍ବାଚନରେ ମଧ୍ୟ ତାହା ଘଟିଲା । ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଅମିତା ପରିଡ଼ା ଖାଲ ମଡ଼ା ଗ୍ରାମରୁ ସର୍ବାଧିକ ଭୋଟ ନେଇ ପ୍ରଥମ ସ୍ଥାନରେ ରହି ସସ୍ମିତା କୁମାରୀ ସ୍ୱାଇଁଙ୍କୁ ୧୧୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଚାରି ଜଣ ପ୍ରାର୍ଥୀନୀ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଅମିତା ପରିଡ଼ା ପ୍ରଥମ ସ୍ଥାନ ,ସସ୍ମିତା କୁମାରୀ ସ୍ୱାଇଁ ଦ୍ବିତୀୟ ସ୍ଥାନ ,ରଜନୀ ପ୍ରଧାନ ତୃତୀୟ ସ୍ଥାନ ଏବଂ ଅନୀତା ପ୍ରଧାନ ଚତୁର୍ଥ ସ୍ଥାନରେ ରହିଥିଲେ।ସେହିପରି ଭାବେ ତିନି ଜଣ ପ୍ରାର୍ଥୀନୀ ସମିତି ସଭ୍ୟା ପଦବୀ ପାଇଁ ନିର୍ବାଚନ ଲଢିଥିଲେ । ଶ୍ରଦ୍ଧାଞ୍ଜଳି ଶାସମଲ୍ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ଜ୍ୟୋତ୍ସ୍ନା ରାଣୀ ମାର୍ଥାଙ୍କୁ ୯୯୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଖାଲ ମଡ଼ା ଗ୍ରାମରୁ ମଧ୍ୟ ସମିତି ସଭ୍ୟା ସର୍ବାଧିକ ଭୋଟ ପାଇଥିଲେ । ଖାଲ ମଡ଼ା ଗ୍ରାମର ସମିତି ସଭ୍ୟା ପ୍ରାର୍ଥୀନୀ ସୀତା ନାୟକ ୧୦୦ ରୁ କମ୍ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ଜଣା ପଡ଼ିଛି । ନୂଆଗାଁ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ବିଜେଡ଼ି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମିଳିତ ଭାବେ ଏକାଠି ଲଢି କେବେବି ଜିତି ନଥିଲେ । ଯାହାକି ଚଳିତ ପଞ୍ଚାୟତ ନିର୍ବାଚନରେ ଘଟିଲା । ବିଜେଡ଼ି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟା ମିଳିତ ଭାବେ ଲଢି ବିଜୟୀ ହୋଇ ନୂଆ ଇତିହାସ ସୃଷ୍ଟି କଲେ । ଖାଲ ମଡା ଗ୍ରାମରୁ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀନୀ ପ୍ରତିମା ଦଳ ବେହେରା ୭୯୦ ରୁ ଉର୍ଦ୍ଧ୍ବ ଭୋଟ ପାଇଥିବା ଜଣା ପଡ଼ିଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଖାଲ ମଡା ଗ୍ରାମ ବିଜେଡ଼ିର ଗଡ ଭାବେ ପ୍ରଥମରୁ ରହି ଆସିଛି । ଖାଲ ମଡା ଗ୍ରାମ ବିଜେଡ଼ି କର୍ମୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ବୋଲି ଗ୍ରାମର ବିଜେଡ଼ି କର୍ମୀ କହିଛନ୍ତି । ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଅମିତା ପରିଡ଼ା ଏବଂ ସମିତି ସଭ୍ୟା ପ୍ରାର୍ଥୀନୀ ଶ୍ରଦ୍ଧାଞ୍ଜଳି ଶାସମଲ୍ ବିଜୟୀ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଉଚ୍ଚ ଶିକ୍ଷାମନ୍ତ୍ରୀ ଡ ଅରୁଣ କୁମାର ସାହୁ,କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ପ୍ରଦାନ କରିବା ସହିତ ନୂଆଗାଁ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କ ନିକଟରେ ରୂଣୀ ବୋଲି କହିଛନ୍ତି ।
Comments are closed.