ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନାଙ୍କର ମାଆଙ୍କ ଦେହାନ୍ତ

ବସ୍ତା(ଲଷ୍ମୀଧର ପ୍ରଧାନ) : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସିଂଲା ଥାନା ଅନ୍ତର୍ଗତ ନାଡବଣି ଗ୍ରାମରେ ଗୁରୁବାର ରାତିରେ ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର କୁମାର ଜେନାଙ୍କ ମାଆ ତଥା ରେବତୀ ପତ୍ରିକାର ସମ୍ପାଦିକା ଓ ସମାଜ ସେବୀ ସୁବାସିନୀ ଜେନାଙ୍କ ଶାଶୁଙ୍କ ଦେହାନ୍ତ ଘଟିଛି l ପୂର୍ବତନ ସାଂସଦଙ୍କ ବାପା ପର୍ଶୁରାମ ଜେନା ଅଞ୍ଚଳର ଜଣେ ବେଶ ଖ୍ୟାତନାମା ଓ ବିଶିଷ୍ଟସମାଜ ସେବି ଭାବରେ ପରିଚିତ ଥିଲା ବେଳେ ତାଙ୍କର ମାଆ ସୁଧାମଣୀ ଜେନା ଜଣେ ଧର୍ମପାରାୟଣ, ମିଷ୍ଟଭାଷି ଓ ପରୋପକାରୀ ନାରୀ ଭାବରେ ମଧ୍ୟ୍ୟ ପରିଚିତ ଥିଲେ l ତେଣୁ ତାଙ୍କ ମାଆଙ୍କର ଦେହାନ୍ତରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି  |

Comments are closed.