ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ମାଲକାନଗିରି(ଅପୂର୍ଵ ଥଣ୍ଡର) : ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର , ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗୋମ୍ପାକୋଣ୍ଡା ପଞ୍ଚାୟତ ନିକଟସ୍ଥ କନାଗୁଡ଼ା ଗାଁ ନିକଟ ବର୍ତ୍ତି ଜଙ୍ଗଲରେ ଦେଖିବାକୁ ମିଳିଛି l ବିବାହ ପାଇଁ ପରିବାର ଲୋକଙ୍କ ସ୍ୱୀକୃତି ନ ମିଳିବାରୁ ପ୍ରେମୀ ଯୁଗଳ ଦୁହେଁ ଏଭଳି ଚରମ ନିଷ୍ପତି ନେଇଥିବା ଜଣାପଡିଛି l ପୁଅ ଝିଅ ଦୁହେଁ ପିନ୍ଧା ବେଲ୍ଟ ସାହାଯ୍ୟରେ ଗଛରେ ଝୁଲିଥିବା ବେଳେ ମୃତଦେହ ଠାରୁ କିଛି ଦୂରରେ OD 30 6443 ନାମକ ଗୋଟିଏ ଆପାଚୀ ବାଇକ ରହିଥିବା ଦେଖିବାକୁ ମିଳିଥିଲା l ଅସ୍ପଷ୍ଟ ଦୁହିଁଙ୍କ ବୟସ 20ରୁ 25 ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ଅନିଯାୟୀ ଯୁବକଟି ଏମପିଭି 49 ଗ୍ରାମର ହୋଇଥିବା ବେଳେ ଯୁବତି ଜଣକ ଏମପିଭି 54 ଗ୍ରାମର ବୋଲି ଜଣା ପଡିଛିl ମୃତଦେହ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଲାଗିଥିଲା ।ସୂଚନା ଅନୁଯାୟୀ, ଗୁମ୍ଫାକୋଣ୍ଡା ନିକଟସ୍ଥ କାନାଗୁଡା ଗାଁ କେନାଲ ନିକଟସ୍ଥ ଜଙ୍ଗଲରେ ଏହି 2 ଜଣଙ୍କ ମୃତଦେହ ଝୁଲୁଥିବା କିଛି ଲୋକ ଦେଖିଥିଲେ । ପରେ କାଲିମେଳା ପୋଲିସକୁ ଖବର ଦିଆଯିବା ପରେ କାଲିମେଳା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି l ପରେ ମାଲାକାନଗିରି SDPO ଶୁଭେନ୍ଦୁ କୁମାର ପାତ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାପଡିଛି l

Comments are closed.