ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ପାଇଁ ବିଧାୟକ ଓ ସାଂସଦଙ୍କ ପ୍ରଚାର

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ୧୬ ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଜସ୍ମିନ ଦାସ ଏବଂ ୧୭ ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ପ୍ରତିମା ଦଳ ବେହେରା ଙ୍କ ପାଇଁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମାରାଥନ୍ ପ୍ରଚାର କରିଛନ୍ତି। ମହିପୁର ମା ରାମଚଣ୍ଡୀ ମନ୍ଦିରରୁ ଏକ ବାଇକ୍ ରାଲିରେ ଦଶପଲ୍ଲା ବିଧାୟକ ଏବଂ କନ୍ଧମାଳ ସାଂସଦ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମାନଙ୍କ ପାଇଁ ପ୍ରଚାର କରି ନୂଆଗାଁ କଲେଜ୍ ସମ୍ମୁଖ ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲେ। ବିଜେଡ଼ି ବ୍ଲକ୍ ସଭାପତି ସନାତନ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା , ସ୍ବଚ୍ଛ ଶାସନ ଉପରେ ,ନିର୍ମଳ ଭାବମୂର୍ତ୍ତି ଆଦି କୁ ଆଧାର କରି ୧୬ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଜସ୍ମିନ ଦାସ୍ ଏବଂ ୧୭ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ପ୍ରତିମା ଦଳ ବେହେରା ଙ୍କୁ ବିପୁଳ ଭୋଟ ରେ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ ।

Comments are closed.