ନିଜ କମ୍ପାନୀରୁ ୫୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହେଲେ କର୍ମଚାରୀ

ଖୋର୍ଦ୍ଧା( ମନୋରଞ୍ଜନ ପ୍ରଧାନ) : ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କମ୍ପାନୀର ୫୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ବୋନ୍ଥ ଥାନା ଅନ୍ତର୍ଗତ ଦୋଳପଡ଼ି ଅଞ୍ଚଳର ରଜତ କୁମାର ମହାକୁଡ଼ (୩୫) |
ସୂଚନା ମୁତାବକ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ମୟୁର ଟ୍ରାନ୍ସପୋର୍ଟ କର୍ପୋରେସନ ନାମକ ଏକ ସଂସ୍ଥାରେ ରଜତ ଦୀର୍ଘ ବର୍ଷ ହେଲା ଆକାଉଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଉକ୍ତ ଟ୍ରାନ୍ସପୋର୍ଟ ଦ୍ୱାରା ବ୍ରିଟାନିଆ କମ୍ପାନୀର ବିସ୍କୁଟ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା। ତେବେ ସମସ୍ତ ହିସାବ କିତାବ ଏବଂ ଟ୍ରାନ୍ସପୋର୍ଟ ଭଡ଼ା ପଇସା ଆଦି କଲେକ୍ସନ କରୁଥିଲେ ରଜତ କିନ୍ତୁ ନିକଟରେ କମ୍ପାନୀ ଅଡିଟ ହେବାରୁ ବିଗତ ସାତ ମାସ ମଧ୍ୟରେ ରଜତ କମ୍ପାନୀର ୫୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବାର ଜଣାପଡିଥିଲା। ଏ ନେଇ ଗତ ୪ ତାରିଖରେ ମୟୁର ଟ୍ରାନ୍ସପୋର୍ଟ କମ୍ପାନୀର ମାନବ ସମ୍ବଳ ଅଧିକାରୀ ତରୁଣ କୁମାର ରାଉତ ଟାଉନ ଥାନାରେ ରଜତଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ।

Comments are closed.