ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରେ ଶହୀଦ ଦିବସ ପାଳନ

ଜଟଣୀ(ସଞ୍ଜୀବ କୁମାର) : ଶହୀଦ ଦିବସ ହେଉଛି ଦେଶର ସାର୍ବଭୌମତ୍ବ ରକ୍ଷା କରି ପ୍ରାଣ ହରାଇଥିବା ଶହୀଦ ସୈନିକ ମାନଙ୍କୁ ଅଭିବାଦନ କରିବାର ଦିନ। ଶହୀଦ ଦିବସ ଅବସରରେ ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦ୍ୱାରା ଦିଆଯାଇଥିବା ମହାନ ବଳିଦାନକୁ ସମ୍ମାନ ଦେଖାଇବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର କାର୍ଯ୍ୟାଳୟ ଏବଂ ବିଭିନ୍ନ ରେଳ ଷ୍ଟେସନରେ କାର୍ଯ୍ୟରତ ଅନେକ ରେଲୱେ କର୍ମଚାରୀ ମାନେ ଏହି ଉପଲକ୍ଷେ ଦୁଇ ମିନିଟ୍ ନୀରବତା ପାଳନ କରିଥିଲେ | ଏହି ଅବସରରେ ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ, ଖୋର୍ଦ୍ଧା ରୋଡ ର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ଉପସଭାପତି ଶ୍ରୀମତୀ ସୀମା ପନ୍ୱର୍, ଏବଂ ଅନ୍ୟ ସଦସ୍ୟମାନେ, ଜଟଣୀ, ବାଛରାପାଟଣା ରେ ଥିବା “ଆଶା କିରଣ ହୋମ” ର 70 ଜଣ ସଦସ୍ୟଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ |” ଆଶା କିରଣ ହୋମ” ହେଉଛି ବରିଷ୍ଠ ନାଗରିକ, ଦୁଃଖୀ ଏବଂ ଅସହାୟ ଲୋକଙ୍କ ପାଇଁ ଏକ ଆଶ୍ରୟସ୍ଥଳ | ଏହି ଆଶ୍ରୟସ୍ଥଳ ବରିଷ୍ଠ ନାଗରିକଙ୍କ ପାଇଁ ଜାତୀୟ କାର୍ଯ୍ୟ ଯୋଜନା (NAPSrC) ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ, ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ |

Comments are closed.