ବିଜେଡି କୁ ଝଟକା , କଂଗ୍ରେସରେ ସାମିଲ୍ ହେଲେ ଅଶୋକ ବେହେରା
ଲୋଇସିଂହା(ମହେଶ କର) : ଲୋଇସିଂହା ରେ ଶାସକ ବିଜେଡି କୁ ଶକ୍ତ ଧକ୍କା । ଆଜି ଲୋଇସିଂହା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ଅଶୋକ ବେହେରା ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଏବେ ବଲାଙ୍ଗିର ଜିଲ୍ଳା ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ 33 ନମ୍ବର ଜିଲ୍ଳା ପରିଷଦ ଜୋନ୍ ରାଜନୀତି ଗୋଳିଆ ହେବାରେ ଲାଗିଛି। ବିଗତ ଦିନରେ ବିଜେଡ଼ି ର ଗଡ଼ କୁହାଯାଉଥିବା ଏହି ଅଞ୍ଚଳରେ ଦଳୀୟ କନ୍ଦଳ ବିଷ୍ପୋରକ ରୂପ ନେବାରେ ଲାଗିଲାଣି। ଦଳୀୟ ବିଶୃଙ୍ଖଳା ସହିତ ଏକାଧିକ ଆଶାୟୀ ଙ୍କ ଜିଦ୍ ପାଇଁ ଦଳରେ ବିଭାଜନ ଭଳି ପରିସ୍ଥିତି ସୃଷ୍ଟି କଲାଣି । ଏପରି ସ୍ଥଳେ ବିଜେଡ଼ି ର ଜଣେ ବରିଷ୍ଠ ନେତା ଅଶୋକ ବେହେରା ନିଜ ସମର୍ଥକଙ୍କ ସହ ବିଜେଡ଼ି ଛାଡିବା ଓ କଂଗ୍ରେସ ରେ ସାମିଲ୍ ହେବା ଶାସକ ଦଳ ପାଇଁ କାଳ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଅଶୋକ ବେହେରା ଜଣେ ସମାଜ ସେବୀ ହିସାବରେ ଲୋଇସିଂହା ଅଞ୍ଚଳରେ ଦବଦବା ରହିଛି। ତେବେ ସେ କଂଗ୍ରେସ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି। ଏହି ଅବସରରେ ଅଶୋକ ବେହେରା ଙ୍କ ସ୍ତ୍ରୀ ଶ୍ରୀମତୀ ତନୟା ବେହେରା ଙ୍କ ନାମ ୩୩ ନମ୍ବର ଜିଲ୍ଳା ପରିଷଦ ଜୋନ୍ ସକାଶେ ଦଳୀୟ ପାର୍ଥି ରୂପେ ଜିଲ୍ଲା ସଭାପତି ଘୋଷାଣ କରିଥିଲେ।
Comments are closed.