ପାଣି ଟ୍ୟାଙ୍କରରୁ ଜଵତ ହେଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଅନୁଗୋଳ(ରମାକାନ୍ତ ତ୍ରିପାଠୀ) : ପାଲଲହଡା ଵ୍ଲକ 249 ନଂ ଜାତୀୟ ରାଜପଥରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି କୁ ନେଈ ଚିନ୍ତା ରେ ଅଞ୍ଚଳବାସୀ ।କେତେଵେଳେ ଚୋରା କୋଇଲା ତ ଆଉ କେତେଵେଳେ ଚୋରାକାଠ, ପୁଣି କେତେଵେଳେ ଚୋରା ଗଞ୍ଜେଇ ଚାଲାଣ ଏହି ରାସ୍ତାର ସୁରକ୍ଷା ଉପରେ ସୃଷ୍ଟି କରିଛି ଵିରାଟ ପ୍ରଶ୍ନଵାଚୀ । ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ସାରା ପାଲଲହଡା ଅଞ୍ଚଳରେ ଚର୍ଚା ।ଖମାର ପୋଲିସ 11 ତାରିଖ ସକାଳେ ପାଟ୍ରୋଲିଂ କରୁଥିବା ସମୟରେ 2କ୍ୱିଣ୍ଟାଲ 97 କେଜି ଗଞ୍ଜେଇ ଜଵତ କରିଛି ।ଯାହାର ଆନୁମାନିକ ମୁଲ୍ୟ 50 ଲକ୍ଷ ଟଙ୍କା ହେଵ ବୋଲି କହିଛନ୍ତି ଖମାର ଥାନା ଅଧିକାରିଣୀ ପ୍ରିତିମଞ୍ଜରୀ ମେଣ୍ଡୋଲି ।ଉକ୍ତ ଗଞ୍ଜେଇ ଏକ ପାଣିଟ୍ୟାଙ୍କର ଜରିଆରେ ଝାଡଖଣ୍ଡକୁ ଯାଉଥିବାର ପୋଲିସ୍ କହିଛି ।ଗିରଫ 2ଜଣ ବ୍ୟକ୍ତି ହେଲେ ଝାଡଖଣ୍ଡ ଅଞ୍ଚଳର ଅନିଲ୍ ସ ଏବଂ ଫୁଲଚାନ୍ଦ ବରିହା ।ଜବତ ଗଞ୍ଜେଇ ସହିତ ଦୁଇ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଥିବା ସୁଚନା ମିଳିଛି ।

Comments are closed.