ଭିଜିଲାନ୍ସ ପଞ୍ଝାରେ ପୋଲିସ କନେଷ୍ଟବଳ, ଏକାସାଙ୍ଗେ ୩୫ଜଣିଆ ଟିମ୍‌ର ଚଢାଉ

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟ । ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି ୩୫ଜଣିଆ ଭିଜିଲାନ୍ସ ଟିମ୍‌ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଉଛି। ଭିଜିଲାନ୍ସର ୩୫ଜଣିଆ ଟିମ୍‌ ଏକାସାଙ୍ଗେ ରାଉରକେଲା ଛେଣ୍ଡ କଲୋନୀସ୍ଥିତ ଶ୍ବଶୁର ଘର, ବାରିପଦା କ୍ବାଟର, ଭଞ୍ଜପୁର ସ୍ଥିତ ନିଜ ଘର, ବଡସାହି ପୈତୃକ ଘର, ଅମ୍ବିକା ସାହି ସ୍ଥିତ ଦୋକାନ ଘର, ବଡସାହି ସ୍ଥିତ ଗ୍ୟାସ ଗୋଦାମରେ ଚଢାଉ ଜାରି ରହିଛି । ତେବେ ଏବେ ଯାଏଁ କେତେ ପରିମାଣରେ ସମ୍ପତ୍ତି ଠାବ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Comments are closed.