ଗୋଟିଏ ଦିନରେ 15 ମାଙ୍କଡା ପଥର ଟ୍ରକ ଜବତ
ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ଖୋର୍ଦ୍ଧା ତହସିଲ ଅଂଚଳରେ ବେଧଡ଼କ ଚାଲିଛି ବେଆଇନ ଲଘୁ ଖଣିଜ ଚୋରା କାରବାର, ପ୍ରଶାସନର କଡା ଆଭିମୁଖ୍ୟକୁ ଖାତିର କରୁନାହାନ୍ତି ଖଣି ମାଫିଆ | ଦିନ ଦ୍ବିପ୍ରହରରେ ଚାଲିଛି ଚୋରା ଚାଲାଣ | ତେବେ NGT ର କଡା ତାଗିଦ ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଖୋର୍ଦ୍ଧା ତହସିଲଦାର ଏବଂ ଜଟଣୀ ତହସିଲଦାର ମିଳିତ ଚଢ଼ାଉରେ ସଦର ଥାନା ଅନ୍ତର୍ଗତ କଦଳିବାଡ଼ି ଗ୍ରାମରୁ ବେଆଇନ ମାଙ୍କଡା ପଥର ଚୋରା ଚାଲାଣ କରୁଥିବା 15 ଟି ଗାଡିକୁ ଧରାଯାଇଛି | ଏ ନେଇ ଖୋର୍ଦ୍ଧା ତହସିଲଦାର ଇପ୍ସିତ କୁମାର ସାହୂ କହିଛନ୍ତି ଜବତ ହୋଇଥିବା ଗାଡି ମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରିବା ସହ ସେମାନଙ୍କ ନାମରେ କେଶ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ |
Comments are closed.