ବିଜୁଳି ଖୁଣ୍ଟରେ ଚଢ଼ି ତିନି ଜଣ କର୍ମଚାରୀ କାମ କରୁଥିବା ବେଳେ ଘଟିଛି ଅଘଟଣ
ବସ୍ତା(ଲଷ୍ମୀଧର ପ୍ରଧାନ) : ବାଲେଶ୍ଵର ଜିଲ୍ଲା ସିଂଗଲା ଥାନା ସୀତାଡିହା ଇଲେକ୍ଟ୍ରି ଫିଡର ଅଧୀନରେ ଗିଲାଜୋଡି ଗାଁରେ ତିନିଟି ବିଜୁଳି ଖୁଣ୍ଟରେ ଚଢ଼ି ତିନି ଜଣ କାମ କରୁଥିବା ବେଳେ ହଠାତ ବିଜୁଳି ଆସିଯିବାରୁ ଜଣେ ମୃତ ମୃତ ଦୁଇ ଗୁରୁତର | ମୃତକ ଜଣକ ହେଲେ ପୁନସିଦା ଗାଁ ର ଜ୍ଞାନ ରଞ୍ଜନ ସାହୁ,ଗୁରୁତର ହେଲେ ବାଇଦ ପଡା ଗାଁ ର କେଶବ ବାରିକ ଓ ଆମ୍ବ କୁଡୁଚି ଗ୍ରାମର ଅଭିଜିତ ସେନାପତି। ସମସ୍ତଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଗୁରୁତର ମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିଭାଗୀୟ ଖାମଖିଆଲି ନୀତି ପାଇଁ ଏପରି ଦୁର୍ଘଟଣା ହୋଇଥିବା ବେଳେ ବିଜୁଳି ବିଭାଗର ସୁପରଭାଇଜର ଫେରାର ହୋଇ ଯାଇଛନ୍ତି । ଅପରପଟେ ଏନେଇ ଗିଲାଜୋଡି ଗାଁ ରେ ଊତ୍ଯେଜନା ରହିଛି ।
Comments are closed.