ସ୍ବର୍ଗତଃ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜନ୍ମ ଜୟନ୍ତୀ ରାମେଶ୍ବର ଠାରେ ପାଳିତ

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଆସାମର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ବର୍ଗତଃ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜନ୍ମ ଜୟନ୍ତୀ ନିଜର ଜନ୍ମ ମାଟି ରାମେଶ୍ୱର ଠାରେ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ସଂସଦର ସଦସ୍ୟ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ଶିକ୍ଷାବିତ ମାନଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ମିନି ମାରାଥନ ହୋଇଥିଲା ।

ନିରାକାରପୁର ରାମମନ୍ଦିର ଠାରୁ ଏହି ମାରାଥନ ବାହାରି ରାମେଶ୍ୱର ଗାଁ ପରିକ୍ରମା କରିବା ପରେ ଶ୍ରଦ୍ଧାଞ୍ଜଳୀ ସଭା ହୋଇଥିଲା । ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଆବାହକତ୍ୱରେ ଶ୍ରଦ୍ଧାଞ୍ଜଳୀ ସଭାରେ ମୂଖ୍ୟ ଅତିଥି ଭାବରେ ଖଣ୍ଡପଡା ବିଧାୟକ ସୈ।ମ୍ୟରଂଜନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର,ସ୍ବର୍ଗତଃ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସୁପୂତ୍ର ପୃଥିବଲ୍ଲଭ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ମାରାଥନରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦୁଇ ଜଣଙ୍କୁ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ଟ୍ରଫି ପ୍ରଦାନ କରିଥିଲେ ଅତିଥି ବୃନ୍ଦ ।

Comments are closed.