ବେଆଇନ କରତ କଳ ଉପରେ ବନ ବିଭାଗର ଚଢ଼ାଉ

ବାଲେଶ୍ୱର(ଲକ୍ଷ୍ମୀଧର ପ୍ରଧାନ) – ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମାଣିକପୁରା ସ୍ଥିତ ବେଆଇନ କାଠ କରତ କଳ ଉପରେ ବନ ବିଭାଗର ଚଢ଼ାଉ। ଜିଲ୍ଲା ବନଖଣ୍ଡ ଅଧିକାରୀ ବିମଲ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଧେଶ କ୍ରମେ ଚାନ୍ଦିପୁର ବନାଞ୍ଚଳ ଅଧିକାରୀ ଗଣେଶ ପ୍ରସାଦ ଲେଙ୍କାଙ୍କ ନେତୃତ୍ୱରେ ଏକ ୨୫ ଜଣିଆ ଟିମ ଉକ୍ତ ବେଆଆଇନ କରତକଳ ଉପରେ ଚଢାଉ କରି ଲକ୍ଷାଧିକ ଟଙ୍କାର କାଠ ଯନ୍ତ୍ରାଂଶ ଜବତ କରିଛ । ଅନ୍ୟ ମାନଙ୍କ ଭିତରେ ବନପାଳ ବିବେକାନନ୍ଦ ଜେନା, ସଶିଧର ମହାନ୍ତି, ଇତିଶ୍ରୀ ମହାପାତ୍ର, ପ୍ରହ୍ଲାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଜିଲ୍ଲାର ଅନେକ ବେଆଇନ କରତ କଳ ଅହରହ ଚାଲୁଥିବା ବେଳେ, ସେଗୁଡିକ ଉପରେ ଵନବିଭାଗ ଚଢ଼ାଉ ନକରି ବନ୍ଦ ଥିବା କରତ କଳ ଉପରେ ଚଢ଼ାଉ କରି ବାହାବାହା ନେବାକୁ ବସିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Comments are closed.