ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ
ଆଠଗଡ( ସନ୍ତୋଷ ବଳବନ୍ତରାୟ) : କଟକ ଜିଲ୍ଲା ନରସିଂହପୁର ବ୍ଲକ ହରିଚନ୍ଦନ ପୁର ଶାସନରେ ଅଗ୍ନିକାଣ୍ଡ । ତିନି ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଛି ନିଆଁକୁ ଆୟତ୍ତ କରିଥିବା ବେଳେ ହରିଚନ୍ଦନପୁର ଶାସନର ନାରାୟଣ ଦାସଙ୍କ ତିନି ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇ ଯାଇଥିଲା। ଅପରପଟେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନ ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରାଥମିକ ତଦନ୍ତ ଜାରି ରଖିଛନ୍ତି।
Comments are closed.