ଆମ ଗାଁ ବିକାଶ ଫାଉଣ୍ଡେସନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

ଜଟଣୀ (ସଞ୍ଜୀବ କୁମାର) : ଆମ ଗାଁ ବିକାଶ ଫାଉଣ୍ଡେସନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ | ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଅନ୍ତର୍ଗତ ବେଣାପଞ୍ଜରୀ ପଞ୍ଚାୟତର ବେଣାପଞ୍ଜରୀ ଗ୍ରାମରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ କରାଯାଇଛି ।ଏହି ଶିବିର ବେଣାପଞ୍ଜରୀର ଅଗ୍ରଣୀ ସଂଘ ଆମ ଗାଁ ବିକାଶ ଫାଉଣ୍ଡେସନ୍ ଜରିଆରେ ଓଡ଼ିଶା ସରକାର ରୋଗୀ କଲ୍ୟାଣ ସମିତି ଖୋର୍ଦ୍ଧା ଓ ରୋଟାରୀ ହସ୍ପିଟାଲ ଭୁବନେଶ୍ଵରର ଚକ୍ଷୁ ବିଶେଷଜ୍ଞଙ୍କ ଦ୍ଵାରା ମାଗଣା ଚକ୍ଷୁ ପରୀକ୍ଷା କରିବା ସହ ଆବଶ୍ୟକ ଚଷମା ଓ ଅସ୍ତ୍ରପ୍ରଚାର ବ୍ୟବସ୍ଥା କରାଯାଇଛି । ଏଥିରେ ଆମ ଗାଁ ବିକାଶ ଫାଉଣ୍ଡେସନର ସଭାପତି ସେଖ ଇଯାଜ୍ ଏକବଲ୍,ଉପସଭାପତି ଏମ ଡି ନୁରସାତ,ଜେନେରାଲ ସେକ୍ରେଟାରୀ ଏମ ଡି ସାହାଜାନ୍, ଉପଦେଷ୍ଟା ସାହା ଜାଫର ଅଲ୍ଲୀ,ନାୟୀମ ଖାଁ ଓ ଅନ୍ୟ ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ । ଅପରପଟେ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଇଛି |

Comments are closed.