ବିଜେପିର ନିର୍ବାଚନୀ ବୈଠକ ଅନୁଷ୍ଠିତ

ବାଲେଶ୍ୱର (ଲଷ୍ମୀଧର ପ୍ରଧାନ) : ବସ୍ତା ବ୍ଲକ ଅନ୍ତର୍ଗତ ବରୁଣ ଗାଡିଆ ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମର ସିଦ୍ଧେଶ୍ୱର ସାମଲଙ୍କ ବାସଭବନରେ ଗୁରୁବାର ସନ୍ଧ୍ୟା ୭ ଟାରେ ଦରଡା ମଣ୍ଡଳ ସଭାପତି ବସନ୍ତ ବାରିକଙ୍କ ଆହ୍ବାନ କ୍ରମେ ଏକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପୂର୍ବତନ ସରପଞ୍ଚ ସୃଷ୍ଟିଧର ବେହେରାଙ୍କ ସଭାପତିତ୍ବରେ ନିର୍ବାଚନୀ କମିଟିର ବାରୁଣଗଡିଆ ପଞ୍ଚାୟତର ପ୍ରମୁଖ(ସଭାପତି)ଭାବେ ସିଦ୍ଧେଶ୍ୱର ସାମଲ, ଓ ଉପ ପ୍ରମୁଖ ଭାବେ ହିରଞ୍ଜନ ରାଉତ ଙ୍କୁ ସର୍ବସମିତି କ୍ରମେ ଚୟନ କରାଯାଇଥିଲା । ତେବେ ପ୍ରଥମେ ନୂତନ ପ୍ରମୁଖ ଓ ଉପପ୍ରମୁଖ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା ।ନିର୍ବାଚନକୁ ଆଖି ଆଗରେ ରଖି ପଞ୍ଚାୟତ କମିଟି ଗଠନ,ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ଓ ବ୍ଲକ ସମିତି ଦଖଲ କରିବା ପାଇଁ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାର ସିଦ୍ଧାନ୍ତ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ରାସବିହାରି ଦାସ,ସାଧାରଣ ସମ୍ପାଦକ ଅଜୟ କୁମାର ବେହେରା,ବରିଷ୍ଠ ନେତା ଗୋବିନ୍ଦ ବେହେରା, ଅନ୍ତରଯ୍ୟାମି ବେହେରା,ଗୁଇନ ବେହେରା,ଗଜେନ୍ଦ୍ର ସିଂ,ରମାକାନ୍ତ ସେଠୀ,ମୃତୁଞ୍ଜଯ ବେହେରା,ସୁଦର୍ଶନ ଗିରି,ଭବଶଙ୍କର ବେହେରା,ପ୍ରଦୀପ ପ୍ରଧାନ,ବ୍ରଜ ଦତ୍ତଙ୍କ ସମେତ ବହୁ କର୍ମୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Comments are closed.