ପୁଣି ଏନସିବି ନିକଟରେ ହଜାର ହେଲେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ !! ପଢନ୍ତୁ କାହିଁକି

ନୁଆଦିଲ୍ଲୀ :ପୁଣି ଏନସିବି ନିକଟରେ ହଜାର ହେଲେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ | ଡ୍ରଗ୍ ମାମଲାରେ ଆର୍ଯ୍ୟନ୍ ଖାନ୍ କୋର୍ଟଙ୍କ ନିର୍ଦେଶ ମୁତାବକ ଏନସିବି ନିକଟରେ ହାଜିରା ପକାଇଛନ୍ତି। ଆର୍ଥର ରୋଡ ଜେଲରେ ପ୍ରାୟ ୨୬ ଦିନ ରହିବା ପରେ ତାଙ୍କୁ ୨୮ ଅକ୍ଟୋବରରେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ଏବଂ ୩୦ ଅକ୍ଟୋବରରେ ତାଙ୍କୁ ମୁକ୍ତ କରାଯାଇଥିଲା । ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ କୋର୍ଟ ୧୪ ଟି ସର୍ତ୍ତ ରଖିଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ଯେ ତାଙ୍କୁ ପ୍ରତି ଶୁକ୍ରବାର ଦିନ ୧୧ ଟା ରୁ ୨ ଟା ମଧ୍ୟରେ ଏନସିବି କାର୍ୟ୍ୟାଳୟରେ ଉପସ୍ଥିତ ହେବାକୁ ପଡିବ | ଜାମିନ ପାଇବା ପରେ ଏହା ଆର୍ଯ୍ୟଙ୍କର ପ୍ରଥମ ହାଜିରା ।

Comments are closed.