ଆଦିତ୍ୟ କୁମାର ମହାପାତ୍ର ହେଲେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି

କଟକ- ଆଦିତ୍ୟ କୁମାର ମହାପାତ୍ର ହେଲେ ଓଡିଶା ହାଇକୋର୍ଟର ଆଉ ଜଣେ ନୂଆ ବିଚାରପତି । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ପୂର୍ବରୁ ଆଦିତ୍ୟଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ କଲେଜିୟମ । ଓଡିଶା ହାଇକୋର୍ଟ ବିଚାରପତି ଭାବେ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଖୁବଶୀଘ୍ର ଯୋଗ ଦେବେ ବୋଲି ଆଶା କରାଯାଉଛି । ସେ ଓଡ଼ିଶା ହାଇକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ ।

Comments are closed.