ନବରଙ୍ଗପୁର : ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଓ ଫୋଟ ଭାଇରାଲ କରି ଗିରଫ ହେଲେ ଯୁବକ
ନବରଙ୍ଗପୁର, ସନ୍ତୋଷ କୁମାର ଶତପଥି : ମହିଳାଙ୍କ ଅଶ୍ଳୀଳ ବିଡ଼ିଓ ଓ ଫୋଟ ଭାଇ ରାଲ କରି ଗିରଫ ହେଲେ ଯୁବକ । ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳ ରେ । ସୂଚାନୁସାରେ ଉମରକୋଟ ଅଞ୍ଚଳର ଜଣେ ଯୁବତୀ ନବରଙ୍ଗପୁର ଜିଲ୍ଲାର କୋଷଗୁମୁଡ଼ା ଅଞ୍ଚଳର ରଘୁନାଥ ଭାଟଙ୍କୁ ବିବାହ କରିଥିଲେ । ଯୁବତୀ ଜଣକ ବାହା ହେବାର କିଛି ବର୍ଷ ପରେ ତାଙ୍କର କନ୍ୟା ସନ୍ତାନ ଟିଏ ଜନ୍ମ ହୋଇଥିଲା । ତେବେ ବାହାଘର ପୂର୍ବରୁ ଯୁବତୀଙ୍କ ଜଣେ ପୁରୁଷ ବନ୍ଧୁ ମାେନଜ କୁମାର ନାୟକଙ୍କ ସହ ପ୍ରେମ ସମ୍ପର୍କ ଥିଲା ।ଏହାର ସୁଯୋଗ ନେଇ ମାେନଜ ବାରମ୍ବାର ମହିଳା ଜଣଙ୍କୁ ଫୋନ କରି ହଇରାଣ କରୁଥିଲେ ।ଏ ସମ୍ପର୍କରେ ଜାଣିପାରି ମହିଳାଙ୍କ ଶଶୁର ଘରେ ଆସନ୍ତି ହେବାରୁ ସ୍ୱାମୀ ରଘୁନାଥ ସ୍ତ୍ରୀକୁ ପୂର୍ବତନ ପ୍ରେମିକ ମାେନଜ କୁମାର ନାୟକଙ୍କୁ ହସ୍ତାନ୍ତର କରିଥିଲେ । ତେବେ ମହିଳା ଏବଂ ତାଙ୍କ ସନ୍ତାନର ସବୁ ଦାୟିତ୍ୱ ନେବେ ବୋଲି କହି ମାେନଜ ତାଙ୍କୁ ଭୁବନେଶ୍ବର ନେଇ ଯାଇ 4 ମାସ ନିଜ ପାଖରେ ରଖିବା ସହ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ସେମାନେ ମହିଳାଙ୍କ ସମ୍ପର୍କୀୟଙ୍କ ଘର ଉମରକୋଟରେ ଆସି ରହିଥିଲେ । ହେଲେ କିଛି ଦିନ ତଳେ ଯୁବକ ଜଣକ ମହିଳାଙ୍କୁ କୁନି ଝିଅକୁ ଛାଡିଦେବାକୁ କହିଥିଲେ । ଏଥିରେ ମହିଳା ଜଣକ ରାଜି ନହେବାରୁ ମନୋଜ ମହିଳାଙ୍କ ଗାଧୋଇବା ବେଳର ଅଶ୍ଲିତ ଫୋଟୋ ଏବଂ ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରଲ କରିଦେଲେ । ଏନେଇ ମହିଳା ଜଣକ ମାେନଜ କୁମାର ନାୟକଙ୍କ ବିରୋଧରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଉମରକୋଟ ପୋଲିସ ମନୋଜ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମନୋଜ ଓ ତାଙ୍କ ସ୍ତ୍ରୀ ଙ୍କ ମୋବାଇଲ୍ ଜବତ କରିବା ସହ ଘଟଣା ତଦନ୍ତ ଜାରି ରଖିଛି ।
Comments are closed.