ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିର୍ମାଣ ପାଇଁ ଗଲା କାଠ
ଦଶପଲ୍ଲା, ପୁଷ୍ପଲତା ପ୍ରଧାନ : ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ର ଆଡକଟା, ଗଣିଆ, ଇନ୍ଦିପଟା ଗ୍ରାମରୁ ପାଞ୍ଚ ଲଗ୍ କାଠ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିର୍ମାଣ ପାଇଁ ପଠାଯାଇଛି । ସେଥିରୁ ତେନ୍ତୁଳି ଗଛ ୨ ଲଗ୍ ଏବଂ ନିମ୍ବ ଗଛ ୩ ଲଗ୍ ବୋଲି ଜଣାପଡିଛି । ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ ଡି ଙ୍କ ନିର୍ଦ୍ଦେଶ ରେ ଗଛ କଟା ଯିବା ସମୟରେ ଏ ସି ଏଫ୍ ଅରବିନ୍ଦ ମହାନ୍ତି, ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ, ଫରେଷ୍ଟ ଗାର୍ଡ ନୀଳମଣି ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପ୍ରତିବର୍ଷ ନୟାଗଡ ବନଖଣ୍ଡ ଅଧିନରେ ଥିବା ଦଶପଲ୍ଲା ଓ ଗଣିଆ ର ବିଭିନ୍ନ ଜଙ୍ଗଲରୁ ମହାପ୍ରଭୁ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ରଥ ନିର୍ମାଣ ପାଇଁ କାଠ ପଠା ଯାଉଛି।
Comments are closed.