ଗୋପବନ୍ଧୁ ସ୍ପୋର୍ଟସ ଷ୍ଟୋରର ଗୋଦାମ ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
ବଲାଙ୍ଗୀର, ସୁଜାତା ମିଶ୍ର : ସ୍ପୋର୍ଟସ ଦୋକାନର ଗୋଦାମ ଘରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ । ବଲାଙ୍ଗିର ସହର ତେଲିଗୋଟପଡା ଠାରେ ରହୁଥିବା ଗୋପବନ୍ଧୁ ସ୍ପୋର୍ଟସ ଷ୍ଟୋରର ମାଲିକ ଗୋପବନ୍ଧୁ ମିଶ୍ର ଘରେ ଲାଗିଛି ନିଆଁ । ସୂଚାନୁସାରେ ଦୁଇ ମହଲା କୋଠାର ଉପର କୋଠାକୁ ଗୋଦାମ ଘର କରି ସ୍ପୋର୍ଟସ ସାମଗ୍ରୀ ରଖାଯାଇଥିବା ବେଳେ ତଳ କୋଠାରେ ପରିବାର ଲୋକେ ରହୁଥିଲେ । ଆଜି ହଠାତ କୌଣସି କାରଣ ବଶତଃ ଗୋଦାମ ଘରେ ନିଆଁ ଲାଗିଯାଇଥିଲା । ଅଧିକ ପ୍ଲାଷ୍ଟିକ ଓ କପଡା ସାମଗ୍ରୀ ଥିବାରୁ ନିଆଁ ଲାଗି ଭୟଙ୍କର ରୂପ ନେଇଥିଲା । ସୂଚନା ପାଇଁ ଅଗ୍ନିଶମ ବିଭାଗର ତିନୋଟି ଫାୟାର ଗାଡି ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇବାରେ ଲାଗିଛନ୍ତି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ନିଆଁରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଅନୂମାନ କରାଯାଉଛି ।
Comments are closed.