ରାଜଧାନୀରେ ପୁଣି ସେକ୍ସ ରାକେଟ୍, ୨ ଗିରଫ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ । ଭୁବନେଶ୍ୱର ଅନ୍ତର୍ଗତ ଲକ୍ଷ୍ମୀସାଗର ଅଞ୍ଚଳରେ ସେକ୍ସ ରାକେଟ ଠାବ ହୋଇଛି । ଏହି ମାମଲାରେ ୨ ଯୁବତୀ ଉଦ୍ଧାର ହୋଇଥିବା ବେଳେ ୨ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ଭଡା ଘରେ ଚଢାଉ କରି ପୋଲିସ ତନାଘନା ଆରମ୍ଭ କରିଥିଲା ।
ତେବେ ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଏକ ଭଡ଼ ଘରେ ସେକ୍ସ ରାକେଟ ଚାଲୁଥିବା ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲା । ଏହାପରେ ଅଚାନକ ସେଠାରେ ଅତର୍କିତ ଚଢ଼ାଉ କରିଥିଲା । ଅଧିକ ଖୋଳତାଡ କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ । କିଏ ସେକ୍ସ ରାକେଟର କିଙ୍ଗପିନ୍ ତଥ୍ୟ ଯୋଗାଡ଼ ଚାଲିଛି । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଛି ।
Comments are closed.