ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦାନ୍ତିଆ ମୁହାଁ ପଞ୍ଚାୟତ ର ପିଇଓ ମୃତ

ମୟୁରଭଞ୍ଜ, ବିଶ୍ୱଜିତ୍ ମହାନ୍ତି : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧିନସ୍ଥ ଜାତିୟରାଜପଥ-୧୮ ବୁଢିଖମାରି ନିକଟରେ ଦୁର୍ଘଟଣା । ସ୍କ୍ରୋପିଓ ଧକ୍କାରେ ଦାନ୍ତିଆ ମୁହାଁ ପଞ୍ଚାୟତ ର ପିଇଓ ମୃତ । ପିଇଓଙ୍କ ନାମ ଅନୀଲ ମହାନ୍ତି । ଆଜି ସକାଳୁ ବାରିପଦାରୁ ମୋଟରସାଇକେଲରେ ଦାନ୍ତିଆମୁହାଁ କାର୍ଯ୍ଯାଳୟକୁ ଆସୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଜବତ୍ କରିବା ସହ ମୃତ ଶରୀରକୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସପିଟାଲ କୁ ପଠାଇବା ସହ ତଦନ୍ତ ଜାରୀ ରଖିଛି ।

Comments are closed.