ରାଜ୍ୟରେ ନିଆଁଲିଭା ପାଇଁ ଟାସ୍କଫୋର୍ସ
ଭୁବନେଶ୍ୱର: ରାଜ୍ୟରେ ନିଆଁଲିଭା ପାଇଁ ଗଠନ ହୋଇଛି ଟାସ୍କଫୋର୍ସ । ଏହିୀ ଟାସ୍କଫୋର୍ସକୁ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ପରିଚାଳନା କରିବ ୯ ଜଣିଆ ଟାସ୍କଫୋର୍ସ । ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ହୋଇଛନ୍ତି ଟାସ୍କ ଫୋର୍ସର ଅଧ୍ୟକ୍ଷ । ୯ ଜଣିଆ ଟ୍ରାସ୍ପଫୋର୍ସରେ ଡେରାଡୁନ ଓ ହାଇଦ୍ରାବାଦର ୩ ବିଶେଷଜ୍ଞ ସାମିଲ ଅଛନ୍ତି । ଆଇଏଫଏସ ଜିତେନ୍ଦ୍ର କୁମାର ହୋଇଛନ୍ତି ଟାସ୍କଫୋର୍ସର ଆବାହକ ।
ସେହିପରି ଆଇଏଫଏସ ଶଶୀ ପଲ୍, ଡେରାଡୁନ ଏଫଏସଆଇ ଡିଜି ପଙ୍କଜ ଅଗ୍ରୱାଲ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ସେମାନେ ଜଙ୍ଗଲ ନିଆଁ ସମୀକ୍ଷା ସହ କାରଣ ଓ ନିରାକରଣ ବ୍ୟବସ୍ଥା କରିବେ । ଜୈବ ବିବିଧତା ଓ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରିବା ପରେ ସେନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ଯାଏଁ ଅଗ୍ନିଋତୁ ଭାବେ ବିବେଚନା କରାଯାଏ । ଏହି ସମୟରେ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ବ୍ୟାପକ ବ୍ୟବସ୍ଥାମାନ କରିଛନ୍ତି ରାଜ୍ୟ ସରକାର ।
ଅନ୍ୟପଟେ ନିଆଁ ଲାଗିବା କିଛି ନୂଆ କଥା ନୁହେଁ ବୋଲି କହିଛନ୍ତି ପିସିସିଏଫ ଜିତେନ୍ଦ୍ର କୁମାର । ସେ କହିଛନ୍ତି ଯେ, ‘ନିଆଁ ପ୍ରତିବର୍ଷ ଲାଗେ । ନିଆଁ ଲାଗିବା ଏକ ପ୍ରାକୃତିକ ପ୍ରକ୍ରିୟା । ଓଡିଶାରେ କିଛି ବଡ ଗଛରେ ନିଆଁ ଲାଗେନି, କେବଳ ପତ୍ର ଓ ବୁଦାରେ ନିଆଁ ଲାଗିଥାଏ ।’ ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ ଅଚି ବୋଲି ପିସିସିଏଫ କହିଛନ୍ତି ।
Comments are closed.