ରାଜ୍ୟରେ ଆଜିଠାରୁ କାମ କରିବ ମିଶନ ଶକ୍ତି ବିଭାଗ
ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜିଠାରୁ ମିଶନ ଶକ୍ତି ବିଭାଗ କାର୍ଯ୍ୟକାରୀ ହେବ । ଏନେଇ ବିଜେଡି ମହିଳା ସମାବେଶରେ ମନ୍ତ୍ରୀ ଟୁକୁନି ସାହୁ ଘୋଷଣା କରିଛନ୍ତି । ରାଜ୍ୟରେ ଆଜିଠାରୁ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ କାମ କରିବ । ମନ୍ତ୍ରୀ ଭାବେ ମିଶନ ଶକ୍ତି ବିଭାଗର ଦାୟିତ୍ୱ ତୁଲାଇବେ ମନ୍ତ୍ରୀ ଟୁକୁନି ସାହୁ । ଏହା ସହ ବିଭାଗରେ ସଚିବ ରହିବେ ଓଡିଶା କ୍ୟାଡରର ପ୍ରଥମ ମହିଳା ଆଇଏଏସ ସୁଜାତା କାର୍ତ୍ତିକେୟନ ।
ତେବେ ୮୦ ଲକ୍ଷ ଏସଏଚଜି ସଦସ୍ୟାଙ୍କୁ ସଶକ୍ତ କରୁଛି ମିଶନ ଶକ୍ତି । ରାଜ୍ୟ କ୍ୟାବିନେଟ ବୈଠକରେ ମିଶନ ଶକ୍ତି ନାଁରେ ନୂଆ ବିଭାଗକୁ ଅନୁମୋଦନ ଦିଆଯାଇଛି । ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି ସ୍ଥାପନ ହୋଇଥିଲା । ଏବେ ରାଜ୍ୟରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି । ମିଶନ ଶକ୍ତିରେ ମୋଟ ସଦସ୍ୟ ସଂଖ୍ୟା ୭୦ ଲକ୍ଷ ରହିଛି । ୨୦୧୭ରେ ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ତିଆରି ହୋଇଥିଲା । ଗତବର୍ଷ ମିଶନ ଶକ୍ତିକୁ ନୂଆ ବିଭାଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।
Comments are closed.