ଭିସୁଟ ଛାତ୍ରାବାସ ରୁ ହଟିଲା କଣ୍ଟେନମେଣ୍ଟ ଯୋନ
ସମ୍ବଲପୁର, ତୁସବନ୍ତ ଯୋଶୀ, ବୁର୍ଲା ଭିସୁଟ କୁ ରାଜ୍ୟ ସରକାର କରୋନା ମୁକ୍ତ ବୋଲି ଘୋଷଣା କରିବା ପରେ ଆଜି ଠାରୁ ଭିସୁଟ ଉପରେ ଲାଗୁ କରାଯାଇଥିବା କଣ୍ଟେନମେଣ୍ଟ ଯୋନ କୁ ହଟାଇ ଦିଆଯାଇଛି । ତେବେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ସମଗ୍ର ଭିସୁଟ ଅଞ୍ଚଳରେ ଆକ୍ଟିଭ ସର୍ଭିଲାନ୍ସ ଜାରି ରହିବ ବୋଲି ଜିଲ୍ଲା ପ୍ରସାସନ ତରଫରୁ ନିର୍ଦେଶନାମା ଯାରି କରାଯାଇଛି । ଏଠାରେ ସୁଚନା ଯୋଗ୍ୟ ଯେ ଗତ ଏକ ସପ୍ତାହ ମଧ୍ୟରେ ଭିସୁଟ ସମେତ ଏହାର ଛାତ୍ରବାସ ରେ ହଟାତ ବହୁ ସଂଖ୍ୟାରେ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଭିସୁଟ ଛାତ୍ରାବାସକୁ ପ୍ରସାସନ ପକ୍ଷରୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିଲା ।ଏହା ପରେ ଭିସୁଟ କୁ ନେଇ ସାରା ରାଜ୍ୟ ରେ ଚର୍ଚ୍ଚା ଲାଗିରହିବା ସହ ଏନେଇ ସ୍ଥାନୀୟ ପ୍ରସାସନ ଓ ରାଜ୍ୟ ସରକାରଙ୍କ ଚିନ୍ତା ବଡାଇ ଦେଇଥିଲା । ତେବେ ଗତ ୨ ତାରିଖରେ ଭିସୁଟ ରେ କରୋନା ପରୀକ୍ଷା କରାହୋଇଥିବା ସମସ୍ତ ଆଣ୍ଟିଜେନ କିଟ ରେ ତୄଟି ଥିବା ନେଇ ରାଜ୍ୟ ସରକାରୀ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର ସୁଚନା ଦେବାପରେ ସରକାର ଭିସୁଟରୁ କଣ୍ଟେନମେଣ୍ଟ ଯୋନ ହଟାଇ ଦେଇଥିବା ଜଣାପଡିଛି । ଅପରପକ୍ଷରେ ସମ୍ବଲପୁର ଜିଲ୍ଲା ପ୍ରସାସନ ତରଫରୁ ଭିସୁଟ ସମେତ ଏହାର ସବୁ ଛାତ୍ରାବାସ ଉପରେ ସତର୍କତା କାଯ୍ୟ କରିବା ପାଇଁ ସବୁ ପଦକ୍ଷେପ ନିଆଯାଉଥିବା ଜଣାପଡିଛି ।
Comments are closed.