୮ କୋଟି ଟଙ୍କାର ଜାଲ୍ ନୋଟ୍ ଜବତ
କୋରାପୁଟ, ୨ା୩ : କୋରାପୁଟର ପଟାଙ୍ଗୀ ଅଞ୍ଚଳରୁ ପ୍ରାୟ ୮ କୋଟି ଟଙ୍କାର ଜାଲ୍ ନୋଲ ଜବତ ହୋଇଛି । କାରରେ ଛତିଶଗଡ଼ ଯାଉଥିବା ବେଳେ ଏହି ନକଲି ନୋଟ୍ ଜବତ କରାଯିବା ସହ ୩ ଜଣଙ୍କୁ ଅଟକ ରଖିଛି ପଟାଙ୍ଗୀ ପୋଲିସ ।
ସୂଚନା ଅନୁଯାୟୀ, ସୁଙ୍କି ଆଉଟପୋଷ୍ଟ ନିକଟରେ ପଟାଙ୍ଗୀ ପୋଲିସ ଜାଲ ନୋଟ ଜବତ କରିଥିଲା । ଜବତ ଜାଲ ନୋଟର ମୂଲ୍ୟ ପ୍ରାୟ ୭ କୋଟି ୯୦ ଲକ୍ଷ ହେବ ବୋଲି ଜଣାପଡ଼ିଛି । ଏହି ସମ୍ପର୍କରେ ଆଜି ଅପରାହ୍ଣରେ ସୁନାବେଡା ଏସଡିପିଓଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପୋଲିସ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ଅଧିକ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଜଣାଯାଇଛି।
Comments are closed.